ବାଇକ ଲୁଟେରା ଗିରଫ

ଜଟଣୀ(ସଞ୍ଜୀବ କୁମାର) : ଜଟଣୀ ରାଜବଜାର ର ମାସୁମ ଖାନ ନିଜ ପଲସର ବାଇକ ଟିକୁ ପାର୍କିଙ୍ଗ କରି ବଜାରରୁ ସଉଦା କିଣିବାକୁ ଯାଇଥିଲେ । ଏହାର ସୁଯୋଗ ନେଇ ଜଟଣୀ ମୁଣ୍ଡିଆ ସାହିର ସାହବୁଦ୍ଦିନ ନାମକ ଜଣେ ବାଇକ ଚୋର ସେଠାରୁ ବାଇକ ଚୋରି କରି ନେଇ ପଳାଇଥିଲେ ।ଗାଡି ମାଲିକ ମାସୁମ ଖାନ ଏ ନେଇ ଜଟଣୀ ଥାନାରେ ଗତ ୧୪ ତାରିଖରେ ଅଭିଯୋଗ କରିଥିଲେ । କେଶ ନମ୍ବର ୨୮୯ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ସାହାବୁଦ୍ଦିନ ନାମରେ ବିଭିନ୍ନ ଥାନାରେ ୨୩ ରୁ ଅଧିକ ମାମଲା ଥିବାର ସୂଚନା ମିଳିଛି ।

Comments are closed.