ଚୋରି ଉଦ୍ୟମରେ ବିଫଳ ହେବାରୁ ମଠ ମହନ୍ତଙ୍କୁ ମରଣାତ୍ମକ ଆକ୍ରମଣ

ଢେଙ୍କାନାଳ, ନିହାର ରଞ୍ଜନ ସାହୁ : ଚୋରି ଉଦ୍ୟମରେ ବିଫଳ ହେବାରୁ ମଠ ମହନ୍ତଙ୍କୁ ମରଣାତ୍ମକ ଆକ୍ରମଣ l ଆକ୍ରମଣର ଶିକାର ହୋଇଥିବା ମଠ ମହନ୍ତ ହେଲେ ବାବା ଦାଶରଥୀ ଦାସ l ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି l ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବିଜାଡିହି ଗ୍ରାମରେ ଥିବା ସୁନ୍ଦରାଖୋଲ ମଠର ମହନ୍ତ ବାବା ଦାଶରଥୀ ଦାସ ଦିର୍ଘ ବର୍ଷ ହେବ ମଠରେ ଦାଇତ୍ବ ନେଇ ରହି ଆସୁଥିଲେ l କିନ୍ତୁ ଆଜି ଦ୍ବିପ୍ରହର ସମୟରେ ସେହି ବିଜାଡିହି ଗ୍ରାମର ପ୍ରସାଦ ବେହେରା, ଅଖିଳ ବେହେରା ଓ଼ ଦେବଗଡ଼ ଅଞ୍ଚଳର ସୋମନାଥ ମୁଣ୍ଡା ନାମକ ତିନି ଜଣ ଲୁଟେରା ମଠକୁ ଲୁଟ କରିବାକୁ ଯାଇଥିଲେ l ସେଠାରେ ଚୋରମାନେ ଚୋରି କରୁଥିବା ଦେଖି ବାବା ସେମାନଙ୍କୁ ପାଟି କରିବା ସହ ଚିତ୍କାର କରିଥିଲେ l ମାତ୍ର ଧରାପଡିଯିବା ଭୟରେ ଚୋର ମାନେ ବାବାଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ l ମାଡ଼ ମାରି ଖସିଯିବା ସମୟରେ ଗ୍ରାମର କିଛି ଲୋକ ଚୋର ମାନଙ୍କୁ କାବୁ କରି ହାତବାନ୍ଧି ରଖିବା ସହ ପୋଲିସକୁ ଖବର ଦେଇଥିଲେ l ଖବର ପାଇ କାମାକ୍ଷାନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଚୋର ମାନଙ୍କୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରି ଥାନାକୁ ଆଣି ଅଟକ ରଖି ପଚରାଉଚୁରା କରିବା ସହ ଅଧିକ ତଦନ୍ତ ଜାରି ରଖିଛି l

Comments are closed.