ଆଜି ଚାଷୀଙ୍କୁ କାଳିଆ ସହାୟତା

ଭୁବନେଶ୍ୱର: ଆଜି ପବିତ୍ର ନୂଆଖାଇ । ଯାହା ହେଉଛି ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ । ଏହି ଅବସରରେ ଆଜି ଚାଷୀଙ୍କୁ ମିଳିବ କାଳିଆ ସହାୟତା । ୪୧ ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ ୮୬୯ କୋଟି ଟଙ୍କା । ଚାଷୀଙ୍କୁ ସହଯୋଗ ଉପରେ ନବୀନଙ୍କ ଫୋକସ୍‌ ।

ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ମଜଭୁତ କରିବା ପାଇଁ ଅଷ୍ଟମ ଥର ପାଇଁ ରାଜ୍ୟ ସରକାର କାଳିଆ ଯୋଜନାରେ ଅର୍ଥ ପ୍ରଦାନ କରିବେ ।ବର୍ଷକୁ ଦୁଇଟି କିସ୍ତିରେ ୨ ହଜାର ଟଙ୍କା ଲେଖାଏ ଦିଆଯାଉଛି । କାଳିଆ ଯୋଜନାରେ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ଉପକୃତ ହେଉଛନ୍ତି । ଏହି ଯୋଜନା ଦେଶ ପାଇଁ ରୋଲ୍‌ ମଡେଲ ସାଜିଛି ।

ରାଜ୍ୟ ସରକାର କାଳିଆ ଯୋଜନା ସହ ବିନା ସୁଧରେ ଚାଷୀଙ୍କୁ ଋଣ ପ୍ରଦାନ, ନୂଆ କୃଷିନୀତି ଓ ସ୍ୱତନ୍ତ୍ର କୃଷି ବଜେଟ୍‌ କରି ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ଼ କରିଛନ୍ତି । ୨୦୧୮-୧୯ରୁ ଚାଷୀଙ୍କୁ କାଳିଆ ଯୋଜନାରେ ସହାୟତା ପ୍ରଦାନ କରାଯାଉଛି ।

Comments are closed.