ଉପକାରୀ ଲିଚୁ କୋଳି

ଭୁବନେଶ୍ୱର: ଗରମ ଦିନେ ମିଳୁଥିବା ଫଳ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଲିଚି ବା ଲିଚୁ । ଖରା ଦିନେ ଏହାକୁ ନିୟମିତ ଖାଇବା ଦ୍ୱାରା ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ । ଲିଚୁ ଜୁସକୁ ବିଭିନ୍ନ ପ୍ରକାର ଭିଟାମିନ ତଥା ମିନେରାଲ ମାନଙ୍କର ଏକ ଭଲ ଉତ୍ସ ଭାବେ ଧରାଯାଏ । ଏମିତିରେ ଲିଚୁରେ ଭିଟାମିନ ସି, ଭିଟାମିନ ବି 6, ନିଆସୀନ, ରାଇବୋଫ୍ଲାବିନ, ଫୋଲେଟ, କପର, ପୋଟାସିଳୟମ, ଫସଫରସ, ମ୍ୟାଗନେସିୟମ ଓ ମାଙ୍ଗାନିଜ ପରି ଖଣିଜ ପଦାର୍ଥ ଭରପୁର ପରିମାଣରେ ଥାଏ । ଯାହା ଆମ ଶରୀର ତଥା ପେଟକୁ ଥଣ୍ଡା ରଖିଥାଏ । ଏହା ସହ ଲିଚୁରେ ଥିବା ପୋଷକ ତତ୍ତ୍ୱ ଶରୀରର ଇମ୍ୟୁନିଟି ମଜବୁତ କରିବା ସହ ଖାଦ୍ୟ ହଜମରେ ବି ସାହାଯ୍ୟ କରେ ।

1. ଲିଚୁକୁ ଜଳର ଏକ ଉତ୍ତମ ସୋର୍ସ ଭାବେ ଧରାଯାଏ । ଖରାଦିନ ମାନଙ୍କରେ ଶରୀରକୁ ଡିହାଇଡ୍ରେସନରୁ ରକ୍ଷା କରିବା ପାଇଁ ଆମେ ଲିଚୁକୁ ନିଜ ଡ଼ାଏଟରେ ସାମିଲ କରିପାରିବା ।

2. ଇମ୍ୟୁନିଟି ବଢ଼ାଇବାରେ ଲିଚୁ ଏକ ଉତ୍ତମ ଫଳ । ଲିଚୁରେ ଭିଟାମିନ ସି, ବିଟା କ୍ୟାରୋଟିନ, ନିଆସିନ, ରାଇବୋଫ୍ଲାବିନ, ଫୋଲେଟ ଭରପୁର ପରିମାଣରେ ଥାଏ । ଯାହା ଶରୀରର ଇମ୍ୟୁନିଟି ବଢାଇବାର ମୁଖ୍ୟ କାରଣ ।

3. ହୃଦରୋଗ ଜନିତ ସମସ୍ୟା: ଆଣ୍ଟି ଅକ୍ସିଡେଣ୍ଟରେ ଭରପୁର ଲିଚୁ ହୃଦରୋଗ ଜନିତ ସମସ୍ୟା ଦୂର କରେ । ଏହାକୁ ଖାଇବା ଦ୍ୱାରା ମଣିଷର ହୃଦୟ ସୁସ୍ଥ ରୁହେ ।

Comments are closed.