ପ୍ରତ୍ୟେକ ଦିନ ଚାଲନ୍ତୁ ମିଳିବ ଏହି ଫାଇଦା

ନୂଆଦିଲ୍ଲୀ – ପ୍ରତିଦନ ଚାଲିଲେ ଏହା ଶରୀର ପ୍ରତି ହିତକାର । ବିଭିନ୍ନ ରୋଗରୁ ସୁରକ୍ଷା ଦିଏ । ମନ ପ୍ରଫୁଲ ରଖେ । ଏ ନେଇ ପୋଲାଣ୍ଡରେ ଏକ ସର୍ବେକ୍ଷଣ କରାଯାଇଥିଲା । ଏଥିରେ ଦୈନିକ ୧୦୦୦ ପାଦରୁ(step) ଆରମ୍ଭ କରି ୧୦୦୦୦ ପାଦ ପର୍ଯ୍ୟନ୍ତ ଚାଲୁଥିବା ଲୋକଙ୍କୁ ସାମିଲ କରାଯାଇଥିଲା । ଦୈନିକ ୨୩୩୭ ପାଦ ଚାଲୁଥିବା ଲୋକଙ୍କୁ ଅନେକ ରୋଗରୁ ସୁରକ୍ଷା ମିଳିଥାଏ । ୪୦୦୦ ପାଦ ଚାଲୁଥିବା ଲୋକଙ୍କର ଜୀବନ କାଳ ବୃଦ୍ଧି ପାଇଥାଏ ।

ଯିଏ ଯେତେ ଅଧିକ ଚାଲନ୍ତି ତାହା ସେମାନଙ୍କ ପ୍ରତି ଅଧିକ ସୁଫଳ ପ୍ରଦାନ କରିଥାଏ । ୨୩୩୭ ପାଦ ଚାଲୁଥିବା ଲୋକଙ୍କର ହୃଦୟ, ରକ୍ତଚାପ, ରକ୍ତ ଶର୍କରା, ମଧୁମେହ ପରି ଅନେକ ସମସ୍ୟା ହ୍ରାସ କରିଥାଏ । ଶରୀରରେ ମାଂସପେଶୀ ଅଧିକ କାର୍ଯ୍ୟକ୍ଷମ ହୋଇଥାଏ।

ଏହି ସର୍ବେକ୍ଷଣରେ ୧୭ଟି ଦେଶର ୨ଲକ୍ଷ୨୬ ହଜାର ୮୮୯ ଜଣ ଲୋକ ଅଂଶଗ୍ରହଣ କରିଥିଲେ । ପ୍ରତିଦିନ ୫ହଜାର ପାଦ ଚାଲୁଥିବା ବ୍ୟକ୍ତିଙ୍କୁ ଅନେକ ରୋଗ ହୋଇନଥାଏ । ୨୦ହଜାର ପାଦ ଚାଲୁଥିବା ଲୋକଙ୍କୁ ସର୍ବାଧିକ ଲାଭ ମିଳିଥାଏ ।

Comments are closed.