ଖୁସି ଖବର: ବଢିଲା ଲର୍ଣ୍ଣର୍ସ ଲାଇସେନ୍ସ ଅବଧି
ଭୁବନେଶ୍ୱର : ରାଜ୍ୟରେ କୋଭିଡ ସ୍ଥିତିକୁ ଦୃଷ୍ଟିରୁ ରଖି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ପରିବହନ କମିଶନର । ମାର୍ଚ୍ଚ ୧୮ ସୁଦ୍ଧା ସରିଥିବା ଲର୍ଣ୍ଣର୍ସ ଲାଇସେନ୍ସର ଅବଧି ବୃଦ୍ଧି ହୋଇଛି । ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିବା ଲାଗି ରାଜ୍ୟ ସରକାର ଏହି ଅବଧିକୁ ଆସନ୍ତା ଜୁନ ୩୦ ଯାଏଁ ବୃଦ୍ଧି କରିଛନ୍ତି । ଜୁନ୍ ୩୦ ଯାଏ ପୁରୁଣା ଲର୍ଣ୍ଣର୍ସ ଲାଇସେନ୍ସ କାଏମ ରହିବ ।
ଯେଉଁମାନଙ୍କ ଲର୍ଣ୍ଣର୍ସ ଲାଇସେନ୍ସ ଅବଧି ସରୁଥିଲେ ବି ଏହାକୁ ବୈଧ ଧରାଯିବ । ଡିଏଲ ପାଇଁ ଅନେକ ଲର୍ଣ୍ଣର୍ସ ଲାଇସେନ୍ସ ଚାଳକ ଅପେକ୍ଷାରେ ଅଛନ୍ତି । କୋଭିଡକୁ ଦୃଷ୍ଟିରେ ରଖି ପରିବହନ କମିଶନର ନିଷ୍ପତ୍ତି ନେଇଛନ୍ତି । ଏହା ପୂର୍ବରୁ ମାର୍ଚ୍ଚ ମାସ ୩୧ ତାରିଖ ଲର୍ଣ୍ଣର୍ସ ଲାଇସେନ୍ସ ଅବଧି ବୃଦ୍ଧି କରାଯାଇଥିଲା ।
Comments are closed.