କାଇଲି ଜେନର ଯୁବ କୋଟିପତି, ଭାଙ୍ଗିଲେ ମାର୍କ ଜୁକରବର୍ଗଙ୍କ ରେକର୍ଡ
ସୋସିଆଲ ମିଡ଼ିଆ କମ୍ପାନି ଫେସ୍ବୁକ୍ର ସଂସ୍ଥାପକ ମାର୍କ ଜୁକରବର୍ଗ ୨୩ ବର୍ଷ ବୟସରେ ବିଶ୍ୱର ସବୁଠାରୁ ଯୁବ କୋଟିପତି ହେବା ଅଧିକାର ପ୍ରାପ୍ତ କରିଥିଲେ । ହେଲେ ତାଙ୍କର ଏ ରେକର୍ଡକୁ ମାତ୍ର ୨୦ ବର୍ଷର ଜଣେ ଯୁବତୀ ଭାଙ୍ଗିବାକୁ ଯାଉଛନ୍ତି ।
କର୍ଦାସିଆଁ ପରିବାରର ସଦସ୍ୟ ତଥା ରିଆଲିଟି ଟିଭି ଷ୍ଟାର କାଇଲି ଜେନରଙ୍କ ରୋଜଗାର ୯୦ କୋଟି ଡଲାର ଠାରୁ ଉଦ୍ଧ୍ୱର୍ । ଫବର୍ସ ପତ୍ରିକାରେ ତାଙ୍କର ରୋଜଗାର ସଂଖ୍ୟା ପ୍ରକାଶ ପାଇଛି ।
ଫବର୍ସ ପତ୍ରିକା ଅନୁସାରେ, କାଇଲି ଜଣେ ରିଆଲିଟି ଟିଭି ଷ୍ଟାର ହେବା ସହ ସେ ଜଣେ ସଫଳ ବିଜନେସ୍ ଓମେନ୍ । ସେ କାଇଲି କସ୍ମେଟିକ୍ସ ନାମକ ଏକ କମେକ୍-ଅପ୍ କମ୍ପାନିର ମାଲିକାଣି । ଦୁଇ ବର୍ଷ ପୂର୍ବେ ଏ କମ୍ପାନି ଆରମ୍ଭ କରିଥିଲେ । ମାତ୍ର ୨୦୦୦ ଟଙ୍କାର ଗୋଟିଏ ଲିପ-କିଟ୍ରୁ ସେ ନିଜର ବେପାର ଆରମ୍ଭ କରିଥିଲେ । ସେବେଠାରୁ ଆଜିଯାଏ କାଇଲି କମ୍ପାନି ୬୩ କୋଟି ଡଲାର (ପାଖାପାଖି ୪୪୫୭ କୋଟି ଟଙ୍କା)ରୁ ଉଦ୍ଧ୍ୱର୍ ଉତ୍ପାଦନ ବିକ୍ରି କରିସାରିଲେଣି । ଏବେ ତାଙ୍କ କମ୍ପାନିର ମୂଲ୍ୟ ୮୦ କୋଟି ଡଲାର (ପାଖାପାଖି ୫୪୮୬ କୋଟି ଟଙ୍କା) ହେବ ।
ଫବର୍ସ ଅନୁସାରେ ନିଜ କମ୍ପାନି, ଟେଲିଭିଜନ ପ୍ରୋଗ୍ରାମ, ଏଣ୍ଡର୍ସମେ ଓ ଆଫ୍ଟର୍-ଟ୍ୟାକ୍ସ ଡିଭିଡେଣ୍ଡ୍ ପରେ କାଇଲି ୯୦ କୋଟି ଡଲାର (ପାଖାପାଖି ୬୧୧୭ କୋଟି ଟଙ୍କା) ରୋଜଗାର କରୁଛନ୍ତି ।
Comments are closed.