ଜ୍ଞାନବ୍ୟାପୀ ମସଜିଦ ମାମଲା : ମସଜିଦରେ ଏବେ ପୂଜା କରିବେ ହିନ୍ଦୁ ପକ୍ଷ ଅନୁମତି

ଉତ୍ତର ପ୍ରଦେଶର ବାରାଣସୀରେ ଥିବା ଜ୍ଞାନବ୍ୟାପୀ ମସଜିଦ ମାମଲାରେ ବଡ଼ ରାୟ ଦେଇଛନ୍ତି କୋର୍ଟ। ଜ୍ଞାନବ୍ୟାପି ମସଜିଦର ବେସ୍‌ମେଣ୍ଟରେ ପୂଜାର୍ଚ୍ଚନା କରିବାକୁ ବାରାଣସୀର ଗୋଟିଏ କୋର୍ଟ ହିନ୍ଦୁ ପକ୍ଷଙ୍କୁ ଅନୁମତି ଦେଇଛନ୍ତି। ପୂର୍ବରୁ ଏଏସ୍‌ଆଇ ସର୍ଭେ ବେଳେ ଉକ୍ତ ବେସମେଣ୍ଟଟି ସିଲ୍‌ ହୋଇ ରହିଥିଲା। ଏବେ ହିନ୍ଦୁ ଗୋଷ୍ଠୀ ସିଲ୍‌ ହୋଇଥିବା ବ୍ୟାସ କା ତେହଖାନାରେ ପୂଜା କରିପାରିବେ।

ଆଜି ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ ଜିଲ୍ଲା ପ୍ରଶାସନ ଶ୍ରଦ୍ଧାଳୁଙ୍କ ପୂଜା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବେ। ୭ ଦିନ ମଧ୍ୟରେ ବ୍ୟାରିକେଡ ହଟାଇ ପୂଜା ପାଇଁ ବ୍ୟବସ୍ଥା ହେବ। ଏଥିସହ କୋର୍ଟ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ଟ୍ରଷ୍ଟକୁ ବେସମେଣ୍ଟରେ ପୂଜାର୍ଚ୍ଚନା କରିବା ପାଇଁ ଜଣେ ପୂଜାରୀଙ୍କୁ ମନୋନୀତ କରିବାକୁ ମଧ୍ୟ କହିଛନ୍ତି।

ହିନ୍ଦୁ ପକ୍ଷର ପ୍ରତିନିଧିତ୍ୱ କରୁଥିବା ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି, “ହିନ୍ଦୁ ପକ୍ଷଙ୍କୁ ବ୍ୟାସ କା ତେହଖାନାରେ ପୂଜା ପାଇଁ ଅନୁମତି ମିଳିଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ୭ ଦିନ ମଧ୍ୟରେ ବ୍ୟବସ୍ଥା କରିବ। ସେଠାରେ ପୂଜାର୍ଚ୍ଚନା ପାଇଁ ସମସ୍ତଙ୍କର ଅଧିକାର ରହିଛି। ଏହା ଏକ ବଡ଼ ବିଜୟ।”

ରାମ ମନ୍ଦିର-ବାବ୍ରୀ ମସଜିଦ ବିବାଦ ମଧ୍ୟରେ ତାଲା ଖୋଲିବା ପାଇଁ ୧୯୮୩ରେ ଜଷ୍ଟିସ କେଏମ ମୋହନ ଦେଇଥିବା ରାୟକୁ ଆଜି ଶ୍ରୀ ଜୈନ ବାରାଣସୀ କୋର୍ଟଙ୍କ ରାୟ ସହ ଯୋଡ଼ିଛନ୍ତି। ସେ କହିଛନ୍ତି, “ମୁଁ ଭାବୁଛି ବାରାଣସୀ କୋର୍ଟଙ୍କ ରାୟ ଐତିହାସିକ। ଜଷ୍ଟିସ କୃଷ୍ଣ ମୋହନ ପାଣ୍ଡେ ୧୯୮୩ରେ ମସଜିଦ-ମନ୍ଦିର ବିବାଦ ମଧ୍ୟରେ ଚାବି ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହି ଆଧାରରେ ଆଜି ବାରାଣସୀ କୋର୍ଟ ରାୟ ଦେଇଛନ୍ତି।”

Comments are closed.