ଜାଣନ୍ତୁ କିଏ ହେବ ସିବିଆଇ ମୁଖ୍ୟ

0

କର୍ଣ୍ଣାଟକା ଡିଜିପି ପ୍ରବୀଣ ସୁଦ ସିବିଆଇ ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି। ସେ ଦୁଇ ବର୍ଷ ପାଇଁ ଏହି ପଦରେ ରହିବେ। ପ୍ରଧାନମନ୍ତ୍ରୀ, ପ୍ରଧାନ ବିଚାରପତି ଓ ଲୋକସଭାର ବିରୋଧୀ ଦଳର ନେତାଙ୍କୁ ନେଇ ଗଠିତ କମିଟି ତାଙ୍କ ନିଯୁକ୍ତି ଉପରେ ମୋହର ମାରିଛନ୍ତି। କମିଟି ପକ୍ଷରୁ ଶନିବାର ସନ୍ଧ୍ୟାରେ ବୈଠକ ବସିଥିଲା। ଏଥିରେ ୩ ଜଣ ବରିଷ୍ଠ ଆଇପିଏସଙ୍କୁ ତାଲିକା ଭୁକ୍ତ କରାଯାଇଥିଲା। ତାଲିକାରେ ପ୍ରବୀଣ ସୁଦଙ୍କ ବ୍ୟତୀତ ସୁଧୀର ସକ୍ସେନା(ଡିଜିପି ମଧ୍ୟପ୍ରଦେଶ) ଓ ତାଜ ହାସନଙ୍କ ନାଁ ରହିଥିଲା। ଏବେ ପ୍ରବୀଣ ଅନ୍ୟ ଦୁଇ ଅଧିକାରୀଙ୍କୁ ପଛରେ ପକାଇ ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ସେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଦୁଇ ବର୍ଷ ଯାଏ ଏହି ପଦରେ ରହିବେ।

ବର୍ତ୍ତମାନ ସିବିଆଇ ନିର୍ଦ୍ଦେଶକ ଭାବେ କାମ କରୁଥିବା ସୁବୋଧ କୁମାର ଜୈସୱାଲଙ୍କ ୨ ବର୍ଷିଆ କାର୍ଯ୍ୟକାଳ ମେ’ ୨୫ରେ ଶେଷ ହେବ। ଏହାପରେ ପ୍ରବୀଣ ସୁଦ ନୂଆ ସିବିଆଇ ମୁଖ୍ୟ କାର୍ଯ୍ୟ ଆରମ୍ଭ କରିବେ। ପ୍ରବୀଣ ହେଉଛନ୍ତି ୧୯୮୬ ଆପିଏସ୍‌ ବ୍ୟାଚ୍‌ର ଷ୍ଟେଟ କ୍ୟାଡର। ମାର୍ଚ୍ଚ ମାସରେ ପ୍ରବୀଣ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ। କର୍ଣ୍ଣାଟକା କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର ତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିବା ସହ ସେ କର୍ଣ୍ଣାଟକା ବିଜେପି ସରକାରଙ୍କୁ ଘଣ୍ଟ ଘୋଡ଼ାଉଥିବା କହିଥିଲେ। ଏଥିସହ ପ୍ରବୀଣ କଂଗ୍ରେସ ନେତାଙ୍କ ବିରୋଧରେ ମିଥ୍ୟା କେସ୍‌ କରୁଥିବାରୁ ତାଙ୍କ ଗିରଫ କରାଯାଉ ବୋଲି ଶିବକୁମାର ଦାବି କରିଥିଲେ।

Leave A Reply

Your email address will not be published.