ଜାଣନ୍ତୁ, ମଡ଼୍ ପ୍ୟାକ୍ ଚିକିତ୍ସା କ’ଣ?
ଝରଣା, ହ୍ରଦ ଓ ଗଭୀର ସମୁଦ୍ର ମାଟିକୁ ସଂଗ୍ରହ କରାଯାଇ ମଡ଼୍ ପ୍ୟାକ୍ ପ୍ରସ୍ତୁତ କରାଯାଏ । ଏହି ମାଟିରେ ଅନ୍ୟାନ୍ୟ ତତ୍ତ୍ୱକୁ ମଧ୍ୟ ମିଶାଯାଏ । ଅନେକ ବର୍ଷ ପୂର୍ବେ ବଇଦମାନେ କାହୁଆ ମାଟିରେ ଚିକିତ୍ସା କରୁଥିଲେ । ଚିକିଟା, କାଦୁଆ ମାଟିକୁ କଦଳୀ ପତ୍ରରେ ରଖି ଆଣ୍ଠୁଗଣ୍ଠିରେ ବାନ୍ଧୁଥିଲେ । ଯନ୍ତ୍ରଣାରୁ ଉପଶମ ମିଳୁଥିଲା । ଆଜି ଅନେକ ବର୍ଷ ପରେ ସେହି ଉପାୟରେ ପୁଣି ଚିକିତ୍ସା ଚାଲିଛି । କାଦୁଆ ମାଟିର ପୁରୁଣା ଚିକିତ୍ସା ଏବେ ନୂଆ ନାମ ‘ମଡ଼୍ ପ୍ୟାକ’ ପାଇଛି । ଦେଶର ବିଭିନ୍ନ ପ୍ରାନ୍ତରୁ ମାଟି ସଂଗ୍ରହ କରାଯାଇ ସେସବୁକୁ ବିଦେଶ ପଠାଯାଉଛି । ଆମ ଭାରତୀୟ ମାଟିର ଚାହିଦା ବିଦେଶରେ ଖୁବ୍ ଅଧିକା ।
– ମଡ଼୍ ପ୍ୟାକ୍ ଚିକିତ୍ସାରେ ଚିକିଟା ମାଟିକୁ ୪୫-୪୭ ଡ଼ିଗ୍ରୀରେ ରଖାଯାଏ । ଉଷୁମ ଥିବା ଅବସ୍ଥାରେ ମାଟିକୁ ପ୍ୟାକେଟରେ ଭର୍ତ୍ତି କରାଯାଇ ଅଣ୍ଟାରେ କିମ୍ବା ଆଣ୍ଠୁ ଯନ୍ତ୍ରଣା ହେଉଥିବା ସ୍ଥାନରେ ରଖି ଚିକିତ୍ସା ଚାଲେ ।
– ମାଟିରେ ଚିକିତ୍ସା ହେବା ସହ ଯୁବତୀ, ମହିଳାମାନେ ରୂପଚର୍ଯ୍ୟା ମଧ୍ୟ କରୁଛନ୍ତି । ମାନସିକ ଚାପ ବଢ଼ୁଥିବା ରୋଗୀଙ୍କ ଉପରେ ଏହି ମଡ଼୍ ପ୍ୟାକ୍ ଚିକିତ୍ସା କରାଯାଉଥିଲା । ସେମାନଙ୍କର ପୂରା ଶରୀରରେ ମାଟି ଲେପ ଲାଗାଯାଇ ମାଲିସ କରାଗଲା । ମାଟି ବାସ୍ନାରେ ମାନସିକ ଚାପ କମ୍ ହୋଇଥିବା ରୋଗୀମାନେ କହିଥିଲେ ।
Comments are closed.