ଆପଣ ଖାଦ୍ୟରେ ବ୍ୟବହାର କରୁଛନ୍ତି କି ଜିରା, ଜାଣନ୍ତୁ ଏହି ସବୁ କଥା

0

ଜିରା ଏକ ଏମିତି ମସଲା, ଯାହା ଭାରତୀୟ କିଚେନ୍‌ରେ ବହୁତ ସହଜରେ ମିଳିଯାଏ। ଏହାକୁ ଖାଦ୍ୟରେ ଛୁଙ୍କ ଲଗାଇବା ପାଇଁ କରାଯାଇଥାଏ। ଜିରାର ସ୍ୱାଦ ବହୁତ ଭଲ ହୋଇଥାଏ। ଏହା ସାଧାରଣ ଭଜା, ତରକାରୀର ମଧ୍ୟ ଟେଷ୍ଟ ବଦଳାଇ ଦେଇଥାଏ। ଜିରା ସ୍ୱାଦ ବ୍ୟତୀତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଜିରା ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ କ୍ଷତି ପହଞ୍ଚିପାରେ। ଏଥିପାଇଁ ଅଧିକ ମାତ୍ରାରେ ଜିରା ସେବନ କରିବା ଉଚିତ୍‌ ନୁହେଁ।

ଜିରା ଖାଇବାର ପାର୍ଶ୍ୱ ପ୍ରତିକ୍ରିୟା:

-ଛାତିରେ ଜ୍ୱଳନ

ଜିରା ଅଧିକ ସେବନ କରିବା ଦ୍ୱାରା ଛାତିରେ ଜ୍ୱଳନ ସମସ୍ୟା ହେବାକୁ ଲାଗିଥାଏ। ଏଥି ସହିତ ଏହାଦ୍ୱାରା ପାଚନ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଏହି କାରଣରୁ ଜିରା ମସଲାକୁ ସୀମିତ ମାତ୍ରାରେ ହିଁ ଖାଇବା ଉଚିତ୍‌।

-ଯକୃତ ନଷ୍ଟ ହେବାର ବିପଦ

ଜିରା ଅଧିକ ସେବନ କରିବା ଦ୍ୱାରା ଲିଭର, କିଡ୍‌ନୀ ଆଦିକୁ କ୍ଷତି ପହଞ୍ଚିଥାଏ। ତେଣୁ ଜିରାକୁ ଯେତେ ସମ୍ଭବ କମ୍‌ ମାତ୍ରାରେ ସେବନ କରିବା ଉଚିତ୍‌। ନଚେତ୍‌ ଯକୃତର କ୍ରିୟାରେ ଏହାର ଖରାପ ପ୍ରଭାବ ପଡ଼ିପାରେ।

-ହାକୁଟି ସମସ୍ୟା

ଜିରା ଅଧିକ ଖାଇବା ଦ୍ୱାରା ହାକୁଟି ସମସ୍ୟା ହୋଇପାରେ। ହାକୁଟି ଦ୍ୱାରା ଶରୀରର ଅନ୍ତଃ ରାସ୍ତା ଏବଂ ପେଟରେ ଜମିଥିବା ଗ୍ୟାସ୍‌ ବାହାରିଥାଏ। ହାକୁଟି ଆସିବା ଦ୍ୱାରା ନିଜକୁ ତ କଷ୍ଟ ହୋଇଥାଏ, ତା’ ସହିତ ଆଖପାଖର ଲୋକଙ୍କୁ ମଧ୍ୟ ଅଜବ ପ୍ରକାରର ଅନୁଭବ ହୋଇଥାଏ।

-ସୁଗାର ଲେବଲ ହୋଇଥାଏ କମ୍‌

ଜିରା ଅଧିକ ମାତ୍ରାରେ ସେବନ କରିବା ଦ୍ୱାରା ଶରୀରରେ ବ୍ଲଡ୍‌ ସୁଗାରର ମାତ୍ରା କମି ଯାଇଥାଏ। ଏମିତିରେ ଶରୀରରେ ଦୁର୍ବଳପଣ ଏବଂ ମୁଣ୍ଡ ବୁଲାଇବା ଭଳି ସମସ୍ୟା ଦେଖା ଦେଇପାରେ।

Leave A Reply

Your email address will not be published.