ଜାଣନ୍ତୁ ମିଶ୍ରିର ଔଷଧୀୟ ଗୁଣ

ମିଶ୍ରିକୁ ଉଭୟ ଖାଦ୍ୟ ଓ ଔଷଧୀୟ ଉଦ୍ଦେଶ୍ୟରେ ବ୍ୟବହାର କରାଯାଏ । ଏଥିରେ ଭିଟାମିନ୍ , ମିନେରାଲ୍ସ ଓ ଆମିନୋ ଏସିଡ୍ ଭରିରହିଛି । ତେବେ ଆସନ୍ତୁ ଜାଣିବା ଏହାର ଏକାଧିକ ଔଷଧୀୟ ବ୍ୟବହାର ।

ଯଦି ଆପଣଙ୍କର ଲଗାତାର କାଶ ହେଉଛି ତେବେ ମିଶ୍ରିକୁ ତେଜପତ୍ର ଓ ଅଦା ସହ ଫୁଟାଇ ସେହି ପାଣିକୁ ଥଣ୍ଡା କରି ବା ନଖ ଉଷୁମ ତାପମାତ୍ରାରେ ପିଇଲେ କାଶରୁ ଉପଶମ ମିଳେ ।

ଶରୀରରେ ହିମୋଗ୍ଲୋବିନ୍ କମ୍ ଥିଲେ ଲଗାତାର ମିଶ୍ରି ଖାଆନ୍ତୁ । ଫଳରେ ଏହା ଶରୀରର ହିମୋଗ୍ଲୋବିନ୍ ସ୍ତରକୁ ସାମାନ୍ୟ ରଖିବାରେ ସାହାଯ୍ୟ କରିବ ।

ମିଶ୍ରି ହଜମ ବା ପାଚକ ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ । ଖାଇ ସାରିବା ପରେ ମିଶ୍ରିକୁ ପାନମହୁରି ସହ ମିଶାଇ ଚୋବାଇ ଖାଇଲେ ହଜମ ଶକ୍ତି ବଢିଥାଏ ।
ଲୋ- ବ୍ଲଡପ୍ରେସର ରୋଗୀ ପ୍ରତିଦିନ ମିଶ୍ରି ଚୋବାଇ ଖାଇଲେ ଏହା ବ୍ଲଡପ୍ରେସରକୁ ସାମାନ୍ୟ ଅବସ୍ଥାକୁ ଆଣିଥାଏ ।

ମାନସିକ ଅବସାଦ ଥିଲେ ବା ଥକ୍କା ଲାଗୁଥିଲେ ରାତିରେ ଶୋଇବା ପୂର୍ବରୁ ଉଷୁମ ଖିର ସହ ମିଶ୍ରି ମିଶାଇ ପିଅନ୍ତୁ । ଅନେକ ଉପଶମ ଅନୁଭବ କରିବେ । ଏହି ପ୍ରକ୍ରିୟାକୁ ଲଗାତାର ଜାରି ରଖିଲେ

ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ । ତେଣୁ ପିଲାମାନଙ୍କ କ୍ଷେତ୍ରରେ ଏହି ମିଶ୍ରଣକୁ ପିଇବାକୁ ଦେଲେ ସେମାନଙ୍କର ସ୍ମୃତି ଶକ୍ତି ତୀକ୍ଷ୍ଣ ହୋଇଥାଏ ।

କେବଳ ଏତିକି ନୁହେଁ ଦୃଷ୍ଟିି ଶକ୍ତି ବଢାଇବାରେ ମଧ୍ୟ ମିଶ୍ରି ବେଶ୍ ସହାୟକ । ପ୍ରତିଦିନ ମିଶ୍ରି ଖଣ୍ଡ ଚୋବାଇ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବଢିଥାଏ ।

Comments are closed.