କେଉଁ ସମୟରେ କ୍ଷୀର ପିଲେ ସ୍ବାସ୍ଥ୍ୟକୁ ମିଳିବ ଫାଇଦା, ଜାଣନ୍ତୁ

ଖାଦ୍ୟକୁ ସର୍ବଦା ସଠିକ ସମୟ ଖାଇବା ଦ୍ବାରା ଠିକ ଭାବେ ଭିଟାମିନ ଶରୀରକୁ ମିଳିଥାଏ। ବେଳେବେଳେ ଆମେ ଭୁଲ ସମୟରେ କିଛି ଖାଦ୍ୟ ପଦାର୍ଥ ଖାଇବା ଦ୍ବାରା ତାର କୁପ୍ରଭାବ ଶରୀର ଉପରେ ପଡିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ କେଉଁ ସମୟରେ ଖାଇବା ଉଚିତ ..

କ୍ଷୀର :

କ୍ଷୀରରେ ପ୍ରଚୁର ପରିମାଣରେ ପ୍ରୋଟିନ ରହିଛି। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏହାକୁ ଦିନରେ ପିଇବା ଦ୍ବାରା ଅଳସୁଆ ଅନୁଭବ ହୋଇଥାଏ। ତେଣୁ କ୍ଷୀରକୁ ରାତିରେ ପିଇବା ଦ୍ବାରା ସଠିକ ଭାବେ ନିଦ ହୋଇଥାଏ। ଏହାସହ ହଜମ ମଧ୍ୟ ଠିକ ଭାବେ ହୋଇଥାଏ।

ଦହି :

ରାତିରେ ଦହି ଖାଇବାକୁ ବାରଣ କରାଯାଇଛି। କାରଣ ରାତିରେ ଦହି ଖାଇବା ଦ୍ବାରା ଶରୀରର ଉଷ୍ମତା ବୃଦ୍ଧି ହୋଇଥାଏ। ଯାହାଦ୍ବାରା ଏସିଡିଟି ସମସ୍ୟା ସୃଷ୍ଟି ହୋଇଥାଏ। ଏହାସହ ରାତିରେ ଦହି ଖାଇବା ଦ୍ବାରା ଥଣ୍ଡା ହେବା ସହ କଫ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଦହିକୁ ଦିନରେ ଖାଇବା ଦ୍ବାରା ଶରୀରକୁ ସଠିକ ପରିମାଣରେ ପୋଷକତତ୍ତ୍ବ ମିଳିଥାଏ। ଏହାସହ ହଜମ କ୍ରିୟା ସଠିକ ଭାବେ ହୋଇଥାଏ।

ଗ୍ରୀନ ଟି :

ଗ୍ରୀନ ଟି ପିଇବା ଦ୍ବାରା ଶରୀରକୁ ସତେଜ ଅନୁଭବ ହୋଇଥାଏ। ଏହା ଶରୀର ପାଇଁ ଉପକାରୀ ଅଟେ। କିନ୍ତୁ ଏହାକୁ ଠିକ ସମୟରେ ନ ପିଇବା ଦ୍ବାରା ଏସିଡିଟି ହୋଇଥାଏ। ତେଣୁ ସର୍ବଦା ସକାଳ ସମୟରେ ଗ୍ରୀନ ଟି ପିଇବା ଉଚିତ।

ସେଓ :

ଉତ୍ତମ ସ୍ବାସ୍ଥ୍ୟ ପାଇଁ ସମସ୍ତେ ସେଓ ଖାଇ ଥାଆନ୍ତି। ଏହାକୁ ଠିକ ସମୟରେ ନ ଖାଇବା ଦ୍ବାରା ପାକସ୍ଥଳୀରେ ଏସିଡର ପରିମାଣ ବୃଦ୍ଧି ହୋଇଥାଏ। ବିଶେଷ କରି ସେଓକୁ ରାତିରେ ଖାଇବା ଉଚିତ ନୁହେଁ। ଏହାକୁ ରାତିରେ ଖାଇବା ଦ୍ବାରା ଶରୀରରେ ଅମ୍ଳତ୍ବ ବୃଦ୍ଧି ପାଇଥାଏ। ତେଣୁ ଦିନ ବେଳା ସେଓ ଖାଆନ୍ତୁ।

Comments are closed.