ଗ୍ରୀନ ଟି ପିଇଲେ କଣ ମିଳେ ଫାଇଦା,ଜାଣନ୍ତୁ
ଆମେ ଶରୀରର ଓଜନ କମାଇବା ପାଇଁ ଅନେକ ପ୍ରକାରର ଚେଷ୍ଟା କରିଥାଉ । ଓଜନ ବଢ଼ିବା ସହିତ ଆମ ଶରୀରରେ ରୋଗ ମଧ୍ୟ ବଢିବାରେ ଲାଗେ ଯାହାଫଳରେ ଆମେ ରୋଗ ଗ୍ରସ୍ତ ହୋଇପଡୁ। ସେଥି ପାଇଁ ଆମେ ଅନେକ ସମୟରେ ଓଜନ ଜଣାଇବା ପାଇଁ ଅନେକ ଚେଷ୍ଟା କରୁ। ଫିଟନେସ୍ ପାଇଁ ଲୋକ ଗ୍ରୀନ୍ ଟି ପିଅନ୍ତି। ଏହା ଓଜନ କମାଇବାରେ ସାହାଯ୍ୟ କରେ ଏବଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ। ଏହାକୁ ନିୟମିତ ପିଇବା ଦ୍ୱାରା କେଶର ଚମକ ରହିଥାଏ। କିନ୍ତୁ କୌଣସି ଜିନିଷର ଅତ୍ୟଧିକ ମାତ୍ରା ଠିକ୍ ନୁହେଁ। ଜଣେ ପ୍ରସିଦ୍ଧ ଡାଏଟିସିଆନ୍ ଡ. ଆୟୁଷୀ ଯାଦବ କହିଛନ୍ତି, ଯଦି ଆମେ ଏହି ହର୍ବାଲ୍ ଟିର ଓଭରଡୋଜ୍ ନେବା, ତେବେ ଏହା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ।
ଆବଶ୍ୟକତାରୁ ଅଧିକ ଗ୍ରୀନ୍ ଟି ପିଇବାର କ୍ଷତି :
-ଯଦି ଆପଣ ସଠିକ୍ ପରିମାଣଠାରୁ ଅଧିକ ଗ୍ରୀନ୍ ଟି ପିଉଛନ୍ତି, ତେବେ ପେଟ ଜଳିବା ଏବଂ କାଟିବା ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ଏଥି ସହିତ ପେଟରେ ଏସିଡ୍ ସୃଷ୍ଟି ହେବାକୁ ଲାଗେ ଏବଂ ଏହା ମଧ୍ୟ ଝାଡା ହେବାର ଆଶଙ୍କା ସୃଷ୍ଟି କରେ।
-ଅତ୍ୟଧିକ ଗ୍ରୀନ୍ ଟି ପିଇବା ଦ୍ୱାରା ମୁଣ୍ଡବିନ୍ଧା ହୋଇପାରେ କାରଣ ଏଥିରେ ଥିବା କଫିନ୍ ମାଇଗ୍ରେନ୍ ରୋଗର କାରଣ ହୋଇପାରେ। ଯଦି ଆପଣଙ୍କୁ କଫିନରେ ଆଲର୍ଜି ଅଛି ତେବେ ଏହାକୁ ପିଅନ୍ତୁ ନାହିଁ।
-ଗ୍ରୀନ୍ ଟିରେ କଫିନ୍ ଥାଏ, ଯାହା ନିଦ୍ରା ଅଭାବର କାରଣ ହୋଇପାରେ। ଏହି ହର୍ବାଲ୍ ଟି ମେଲାଟୋନିନ୍ ନାମକ ହରମୋନକୁ ଅସନ୍ତୁଳନ କରିବାକୁ ଲାଗେ ଯାହା ଶୋଇବାରେ ସାହାଯ୍ୟ କରେ। ତେଣୁ, ଯେଉଁମାନେ ସଠିକ୍ ଭାବରେ ୮ ଘଣ୍ଟା ଶୋଇପାରୁ ନାହାଁନ୍ତି, ସେମାନେ ଗ୍ରୀନ୍ ଟି ପିଇବା ଉଚିତ୍ ନୁହେଁ।
ଯେଉଁମାନଙ୍କର କୋଷ୍ଠକାଠିନ୍ୟର ସମସ୍ୟା ଭୋଗୁଛନ୍ତି, ସେମାନେ ଆବଶ୍ୟକତାଠାରୁ ଅଧିକ ଗ୍ରୀନ୍ ଟି ପିଇବା ଉଚିତ୍ ନୁହେଁ, ସାଧାରଣତଃ ଗୋଟିଏ ଦିନରେ ୩ ରୁ ୪ କପ୍ ଗ୍ରୀନ୍ ଟି ଯଥେଷ୍ଟ।
Comments are closed.