ଆସନ୍ତା ୨୪ରେ ହାଇପ୍ରୋଫାଇଲ୍‌ ଭୁବନେଶ୍ୱର କ୍ଲବ୍‌ ନିର୍ବାଚନ

ଭୁବନେଶ୍ୱର : ଆସନ୍ତା ୨୪ରେ ହେବ ହାଇପ୍ରୋଫାଇଲ୍‌ ଭୁବନେଶ୍ୱର କ୍ଲବ୍‌ର ଭୋଟ୍‌ । ଏବେକାର ସଭାପତି ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଓ ବର୍ତ୍ତମାନ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍‌ ତ୍ରିପାଠୀ ପୁଣି ଥରେ ନିର୍ବାଚନକୁ ଓହ୍ଲାଇଛନ୍ତି । ତାଙ୍କୁ ପ୍ରତିଦ୍ୱନ୍ଦିତା କରିବେ ପୂର୍ବତନ ଉନ୍ନୟନ କମିଶନର ତଥା ଓଇଆରସି ଅଧ୍ୟକ୍ଷ ସତ୍ୟପ୍ରକାଶ ନନ୍ଦ ।

ଗତବର୍ଷ ହୋଇଥିବା ଭୋଟ୍‌ରେ ବରିଷ୍ଠ ପ୍ରଶାସକ ବିଜୟ ପଟ୍ଟନାୟକଙ୍କୁ ହରାଇ ଅସିତ୍‌ ତ୍ରିପାଠୀ ସଭାପତି ହୋଇଥିଲେ । ଅସିତ୍‌ଙ୍କ ପୂରା ପ୍ୟାନେଲ ଭୋଟ୍‌ରେ ବାଜିମାତ୍‌ କରିଥିଲା । ଏଥର ଅସିତଙ୍କ ପ୍ୟାନେଲ ସହ ସତ୍ୟପ୍ରକାଶଙ୍କ ଟିମ୍‌ ମୁହାଁମୁହିଁ ହେବ ।  ଅସିତ୍‌ଙ୍କ ଟିମ୍‌ର ସ୍ଲୋଗାନ୍‌ ରହିଛି, ଟ୍ରାନ୍ସଫର୍ମମେସନ୍‌ ବା ରୂପାନ୍ତରଣକୁ ଜାରି ରଖିବା । ଅସିତ୍‌ କ୍ଲବ୍‌ ଦାୟିତ୍ୱ ନେବା ପରେ କ୍ଲବ୍‌ର ଚେହେରା ବଦଳିଛି । କ୍ଲବ୍‌ର ଭିତ୍ତିଭୂମିକୁ ନୂଆ ରୂପ ଦିଆଯାଇଛି । ଏହି ରୂପାନ୍ତରଣ ଜାରି ରହିବ ବୋଲି ନାରା ଦେଇ ତାଙ୍କ ଟିମ୍‌ ଭୋଟ୍‌ ମାଗୁଛନ୍ତି । ସେପଟେ ସତ୍ୟପ୍ରକାଶ ଟିମ୍‌ର ନାରା ଅଛି, ଆସ କ୍ଲବ୍‌କୁ ବଞ୍ଚାଇବା । ପରିବର୍ତ୍ତନ ପାଇଁ ଭୋଟ୍‌ ଦିଅନ୍ତୁ, କ୍ଲବ୍‌ର ଗୌରବ ଅକ୍ଷୂର୍ଣ୍ଣ ରହୁ ବୋଲି କହି ସେମାନେ ସମର୍ଥନ ମାଗୁଛନ୍ତି।

ଅସିତ୍‌ଙ୍କ ଟିମ୍‌ରୁ ଉପସଭାପତି ପାଇଁ ମହେନ୍ଦ୍ର ଗୁପ୍ତା, ସମ୍ପାଦକ ପାଇଁ ଦିଲ୍ଲୀପ ରାଉତରାଏ ଓ ଯୁଗ୍ମ ସଚିବ ପାଇଁ ଅଶୋକ କୁମାର ମିଶ୍ର ପ୍ରତିନ୍ଦ୍ୱନ୍ଦିତା କରୁଛନ୍ତି । ଏହି ଟିମ୍‌ ବିପକ୍ଷରେ ଉପସଭାପତି ପ୍ରାର୍ଥୀ ହୋଇଛନ୍ତି ତାପେସ ରାୟ । ମାନସ ରଞ୍ଜନ ଦାସ ସମ୍ପାଦକ ଓ ଜ୍ୟୋତିର୍ମୟ ମହାନ୍ତି ଯୁଗ୍ମ ସଚିବ ପାଇଁ ନିର୍ବାଚନ ଲଢୁଛନ୍ତି ।

Comments are closed.