ଜାଣନ୍ତୁ ଭୁଲରେ ବି କିଡନୀ ରୋଗୀ ଏହି ସବୁ ଖାଦ୍ୟ ଖାଆନ୍ତୁ ନାହିଁ

କିଡନୀ ଶରୀରର ଏକ ପ୍ରମୁଖ ଅଙ୍ଗ ଅଟେ। ଏହା ଶରୀରର ବର୍ଜ୍ୟବସ୍ତ ବାହାର କରିବାରେ ପ୍ରମୁଖ ଭୂମିକା ନିଭାଇଥାଏ। ଯାହାର କିଡନୀ ଖରାପ ହେବାର ପ୍ରାଥମିକ ଅବସ୍ଥାରେ ଜଣାପଡ଼େ ସେ ଖାଦ୍ୟପେୟରେ ନିୟନ୍ତ୍ରଣ ରଖିଲେ ବହୁ ବଡ଼ ସମସ୍ୟାରୁ ବର୍ତ୍ତି ପାରନ୍ତି। କିନ୍ତୁ କିଛି ଲୋକଙ୍କୁ କିଡନୀ ଖରାପ ହେବା ସମ୍ପର୍କୀତ ସୂଚନା ପ୍ରାୟତଃ ଶେଷରେ ଜଣାପଡ଼ିଥାଏ। ଫଳରେ ଡାୟଲିସିସି ହିଁ ଏକମାତ୍ର ବାଟ ରହିଯାଏ।

କିଡ଼ନୀ ଖରାପ ହେଲେ ଖାଦ୍ୟପେୟରେ ଲାଗୁ ହୋଇଯାଏ ବହୁ କଟକଣା। ଏପରି ସ୍ଥିତିରେ ଡାକ୍ତରଙ୍କ ପରାମର୍ଶ ମାନ ଚଳିବା ଅନୁଯାୟୀ, କିଛି ଖାଦ୍ୟପେୟ ଉପରେ ମଧ୍ୟ କଟକଣା ଲାଗୁ କରିବାକୁ ପଡ଼ିଥାଏ। ଆଜି ବିଶ୍ୱ କିଡ଼ନୀ ଦିବସ ଅବସରରେ ଆସନ୍ତୁ ଜାଣିବା କିପରି ନିଜ କିଡ଼ନୀର ଯତ୍ନ ନେବା। କେଉଁ ଖାଦ୍ୟକୁ ହଁ ଆଉ କାହାକୁ ନା କହିବା।

-ଫଳ ମଧ୍ୟରେ ଆବୋକାଡୋ ଶରୀର ପାଇଁ ଖୁବ୍‌ ଲାଭଦାୟକ ହୋଇଥାଏ। ମାତ୍ର ଏଥିରେ ପୋଟାସିୟମ ମାତ୍ରା ଅଧିକ ଥିବାରୁ କିଡନୀ ରୋଗୀଙ୍କ ପାଇଁ ଏହା କ୍ଷତିକାରକ ହୋଇଥାଏ। ଏକ କପ୍‌ ଆବୋକାଡୋରେ ୩୭ ପ୍ରତିଶତ ପୋଟାସିୟମ ରହିଥାଏ।

-କଦଳୀରେ ପୋଟାସିୟମ ଭରପୂର ମାତ୍ରାରେ ଥାଏ। ତେଣୁ କିଡନୀ ରୋଗୀ ଏହାକୁ ନା କହିବା ଦରକାର। ଏହା ବଦଳରେ ଆପଣ ସପୁରୀ ଖାଇପାରିବେ।

– କିଡନୀ ରୋଗୀ ବଜାରରେ ମିଳୁଥିବା ଯେକୌଣସି ବ୍ରେଡ ଖାଇବା ଆଗରୁ ଥରଟେ ଭାବି ନିଅନ୍ତୁ। ସେମାନେ କମ୍‌ ସୋଡିୟମଯୁକ୍ତ ବ୍ରେଡ ଖାଇପାରିବେ।

– ବ୍ରାଉନ୍‌ ରାଇସ୍‌ରେ ବହୁ ମାତ୍ରାରେ ପୋଟାସିୟମ ଓ ଫସଫରସ ଥାଏ। ତେଣୁ କିଡନୀ ରୋଗୀ ଧଳା ଚାଉଳରୁ ପ୍ରସ୍ତୁତ ଭାତ, ଦଲିଆ ଆଦି ଖାଇପାରିବେ।

-ଦୁଗ୍ଧଜାନୀୟ ଖାଦ୍ୟପଦାର୍ଥରେ ଫସ୍‌ଫରସ୍‌, ପୋଟାସିୟମ ଓ ପ୍ରୋଟିନ୍‌ ବହୁ ମାତ୍ରାରେ ମିଳିଥାଏ। କ୍ଷୀରରେ ବହୁ କ୍ୟାଲସିୟମ ମହଜୁଦ ଥିବା ସତ୍ତ୍ୱେ ଏଥିରେ ଭରପୂର ମାତ୍ରାରେ ଥିବା ଫସଫରସ କିଡନୀ ରୋଗୀଙ୍କ ହାଡ଼କୁ ଦୁର୍ବଳ କରିଦେଇଥାଏ।

-କମଳାରେ ପ୍ରଚର ମାତ୍ରାରେ ପୋଟାସିୟମ ଥାଏ ଯାହାକି କିଡନୀ ପାଇଁ ହାନୀକାରକ ହୋଇଥାଏ। ଅଙ୍ଗୁର, କ୍ରେନବେରୀ ଫଳ ତଥା ଏହାର ଜୁସ୍‌କୁ ଏହାର ବିକଳ୍ପ ଭାବେ ଗ୍ରହଣ କରିପାରନ୍ତି କିଡନୀ ରୋଗୀ।

Comments are closed.