ଜାଣନ୍ତୁ, ରସୁଣ କେତେ ଉପକାରୀ ?

ରସୁଣ ଆମ ରୋଷେଇ ଘରର ଏକ ଏପରି ମସଲା ଯାହାକୁ ଆମେ ନିତ୍ୟ ବ୍ୟବହାର କରିଥାଉ । ଗରିବ ହୁଅନ୍ତୁ କି ଧନୀ ରସୁଣ ସମସ୍ତଙ୍କ ରୋଷେଇ ଘରେ ଥାଏ । ରସୁଣ କେବଳ ଖାଦ୍ୟର ସ୍ୱାଦ ବଢ଼ାଇ ନ ଥାଏ । ତାହା ମଧ୍ୟ ସ୍ୱାସ୍ଥ୍ୟ ଉପକାରୀ ହୋଇଥାଏ । ଖାଲିପେଟରେ ରସୁଣ ଖାଇବା ଦ୍ୱାରା ଅନେକ ଉପକାର ମିଳିଥାଏ । ଆୟୁର୍ବେଦ ଚିକିତ୍ସା ପଦ୍ଧତିରେ ରସୁଣରୁ ଔଷଧ ପ୍ରସ୍ତୁତ ହୋଇଥାଏ । ଅନେକ ସ୍ୱାସ୍ଥ୍ୟ ସମସ୍ୟାର ରସୁଣ ଘରୋଇ ଉପଚାର ହୋଇଥାଏ । ଏହା ପେଟ ଗ୍ୟାସ, ଥଣ୍ଡା ସର୍ଦ୍ଦି ଆଦି ସମସ୍ୟାରୁ ମୁକ୍ତି ଦେଇଥାଏ । ତେବେ ଜାଣନ୍ତୁ, ଖାଲିପେଟରେ ରସୁଣ ଖାଇବା ଦ୍ୱାରା କ’ଣ ଉପକାର ମିଳିଥାଏ ।

ଯଦି ଆପଣଙ୍କଠାରେ ରକ୍ତଚାପ ସମସ୍ୟା ଥାଏ, ତେବେ ଖାଲିପେଟରେ ୨ରୁ ୩ କୋଲା ରସୁଣ ଖାଆନ୍ତୁ । ରସୁଣରେ ରକ୍ତଚାପ ନିୟନ୍ତ୍ରଣ କ୍ଷମତା ଅଛି । ତେଣୁ ସକାଳୁ ଖାଲିପେଟରେ ରସୁଣ ଚୋବେଇ ଖାଇବା ଲାଭଦାୟକ ହୋଇଥାଏ ।

ଏହା ହୃଦ୍ଘାତ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବା ସହ ଆଶଙ୍କା ଦୂର କରିଥାଏ । ରକ୍ତ ଜମାଟ ହେବାକୁ ଦେଇ ନ ଥାଏ । ଏଥିରୁ ମୁକ୍ତି ପାଇବା ଲାଗି ସକାଳୁ ଖାଲିପେଟରେ ରସୁଣ ଖାଇବା ଉଚିତ ।

ପେଟ ଓ ଗ୍ୟାସ ସମସ୍ୟାରୁ ମୁକ୍ତି ପାଇବା ଲାଗି ଖାଲିପେଟରେ ରସୁଣ ଖାଆନ୍ତୁ । ଖାଲିପେଟରେ ରସୁଣ ଖାଇଲେ ଶୀଘ୍ର ଭୋକ ମଧ୍ୟ ଲାଗିଥାଏ । ପାଚନତନ୍ତ୍ର ଠିକ ରହିଥାଏ ।

Comments are closed.