ସୋନ୍ଦର୍ଯ୍ୟ ବୃଦ୍ଧି କରେ ମହୁ ଜାଣନ୍ତୁ କେମିତି
ପୁରାତନ କାଳରୁ ମହୁର ବ୍ୟବହାର କରାଯାଉଛି। ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏହା ଏକ ଉତ୍ତମ ବିକଳ୍ପ। ଘରେ ମଧ୍ୟ ମହୁ ଫେସିଆଲ କରିପାରିବେ। ତ୍ୱଚାରୁ ଦାଗ ଦୂର ସହ ଚମକ ବୃଦ୍ଧି ପାଇଁ ଏହାକୁ କିଭଳି ବ୍ୟବହାର କରିବେ ଜାଣନ୍ତୁ ……..
ପ୍ରଥମେ ମହୁର ଏକ ପତଳା ସ୍ତର ମୁହଁରେ ଲଗାନ୍ତୁ। ୧୦ ରୁ ୧୫ ମିନିଟ ଏହାକୁ ମୁହଁରେ ଲଗାଇ ରଖନ୍ତୁ। ଶୁଖିଯିବା ପରେ ପାଣି ମୁହଁରେ ଲଗାଇ ମାଲିସ କରନ୍ତୁ। କିଛି ସମୟ ପରେ ମୁହଁ ଧୋଇ ଦିଅନ୍ତୁ।
ମହୁରେ ଚାଉଳ ଗୁଣ୍ଡ ମିଶାନ୍ତୁ। ଏହାକୁ ଭଲ ଭାବେ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ଏହା ମୁହଁରୁ ସମସ୍ତ ପ୍ରକାର ଅପରିଷ୍କାର ବାହାର କରି ଦେଇଥାଏ। ମୁହଁର ଦାଗ ମଧ୍ୟ ଦୂର କରିଥାଏ।
୩ୟରେ ମହୁ ସହ କଦଳୀ କିମ୍ବା ଅମୃତଭଣ୍ଡା ଭଲ ଭାବେ ମିଶାନ୍ତୁ। ଏବେ ଏହି ମିଶ୍ରଣକୁ ମୁହଁରେ ଲଗାଇ ମାଲିସ କରନ୍ତୁ। ୧୦ ରୁ ୧୫ ମିନିଟ ରଖି ମୁହଁକୁ ପାଣିରେ ଧୋଇ ଦିଅନ୍ତୁ।
ଫେସିଆଲ୍ ପରେ ମୁହଁ ଗୋରା ହେବା ସହ ଅନ୍ୟ ଏକ ପ୍ରକାର ଫେସ୍ ପ୍ୟାକ୍ ଲଗାନ୍ତୁ। ମହୁରେ ଅଳ୍ପ ଅଟା,ଗୋଲାପ ଜଳ ଓ କଞ୍ଚା କ୍ଷୀର ମିଶାନ୍ତୁ। ଏହାକୁ ମୁହଁରେ ଲଗାଇ କିଛି ସମୟ ରଖି ଶୁଖି ଯିବା ପରେ ଧୋଇ ଦିଅନ୍ତୁ। ତ୍ୱଚା ପାଇଁ କୌଣସି ବରଦାନରୁ କମ୍ ନୁହେଁ ଏହି ମହୁ ଫେସିଆଲ୍।
Comments are closed.