ବେଲ ଖାଇବା ଦ୍ବାରା ମିଳିଥାଏ ଏହି ସବୁ ଫାଇଦା , ଜାଣନ୍ତୁ କଣ

ବେଲରେ ଭିଟାମିନ୍ ସି, ଟେନିନ, କ୍ୟାଲସିୟମ୍, ଫସଫରସ୍, ଫାଇବର, ପ୍ରଟିନ୍ ଓ ଆଇରନ୍ ପରି ପୋଷକ ତତ୍ତ୍ୱ ରହିଛି ।ଏହାର ପ୍ରତିଟି ଅଂଶ ବିଭିନ୍ନ ପ୍ରକାର ଶରୀରିକ ସମସ୍ୟାରୁ ଉପଶମ ଦିଏ ।

ବେଲ ପତ୍ର- ଅଗ୍ନି ବଦ୍ଧକ , ପାଚକ, ମଳରୋଧକ, କଫବାତ ନାଶକ । ମଧୁମେହ ରୋଗରେ ଦୁଇତୋଳା ବେଲପତ୍ର ରସରେ ମହୁ ମିଶାଇ ସକାଳେ ଓ ସନ୍ଧ୍ୟାରେ ଖାଲିପେଟରେ ଖାଇଲେ ୧/୩ ସପ୍ତାହରେ ରୋଗୀର ଶର୍କରା କମିଯାଇ ମଧୁମେହ ସମସ୍ୟାକୁ କମାଇଦେଇଥାଏ ।

ଶୁଖିଲା ବେଲ ପତ୍ର ଚୂର୍ଣ୍ଣ ଦୁଇ ଅଣି ଓଜନ ସେଥିରେ ଏକଅଣା ଓଜନର ଗୋଲମରିଚ ଗୁଣ୍ଡ ମିଶାଇ ସକାଳେ ସନ୍ଧ୍ୟାରେ ଖାଇଲେ ଅନ୍ତକୋଷ , କଫ, କାଶ ସମସ୍ୟା ଦୂରେଇ ଯାଏ । ଏହାକୁ ଅନ୍ତତଃ ୧ ମାସ ସେବନ କଲେ ଏସବୁ ସମସ୍ୟା ସମ୍ପୂର୍ଣ୍ଣ ଦୂରେଇ ଯାଏ ।

ବେଲ ଫୁଲ- ଦୁଇଅଣି ଓଜନ ବେଲଫୁଲକୁ ପାଣିରେ ବାଟି ଖାଇଲେ ବାନ୍ତି, ଅତିସାର ଓ ଶୋଷ ନିବାରିତ ହୁଏ ।
କଞ୍ଚା ବେଲ- ଗୋଟିଏ କଞ୍ଚା ବେଲକୁ ରାତିରେ ପୋଡିବ ଯେପରି ତା’ ଭିତର ପୋଡି ଯାଏ । ସକାଳେ ବେଲର ଉପର ଖୋଳ ଭାଙ୍ଗି ଦେଇ ଭିତରେ ଥିବା ରସ ଦୁଇ ତୋଳା ବାହାର କରିବ । ତା’ପରେ ଚାଉଳଧୁଆ ପାଣିରେ ଚନ୍ଦନ ଘୋରି ଦୁଇ ଚାମଚ ସେଥିରେ ମିଶାନ୍ତୁ । ପୁଣି ଅଧରତି କର୍ପୂର ଏବଂ ଚିନି ଅଧତୋଳା ମିଶାଇ ଖାଇଲେ ଆମଶୂଳ ସମସ୍ୟା ସହ ଅରୁଚି ଓ ଅପସର୍ଗ ସମସ୍ୟା ଦୂରେଇ ଯାଏ ।

ପାଚିଲା ବେଲ- ଯେଉଁମାନଙ୍କର ଝାଡା ପରିଷ୍କାର ହୁଏ ନାହିଁ, ସେମାନେ ପାଚିଲା ବେଲର ପଣା ପିଇବା ଉଚିତ ।

ବେଲ ଚେର- ବେଲ ଚେର ଦୁଇ ତେଳାକୁ ଅଧସେର ପାଣିେ ସିଝାଇ ସେଥିରୁ ୧/୬ ଅଂଶ ରହିଲେ ତାକୁ ନଖ ଉଷୁମ ତାପମାତ୍ରାରେ ପାନ କରନ୍ତୁ ।ଏହାଦ୍ୱାରା ପିଲାଙ୍କ ବାନ୍ତି ଓ ଡାଇରିଆ ପରି ସମସ୍ୟା ଦୂରେଇ ଯାଏ ।

ପାଚିଲା ବେଲ ଖାଇବା ଦ୍ୱାରା ପେଟ ଥଣ୍ଡା ରହିବା ସହ ଖାଦ୍ୟ ହଜମ ପ୍ରକ୍ରିୟା ସହଜ ହୋଇଯାଏ ।

Comments are closed.