ପିଲାଚୋରୀ ସନ୍ଦେହରେ ୫ ଜଣଙ୍କୁ ହତ୍ୟା

ପିଲାଚୋର ବୋଲି ସନ୍ଦେହ କର ୫ ଜଣଙ୍କୁ ପିଟି ପିଟି ହତ୍ୟା କରିଛନ୍ତିି ଗ୍ରାମବାସୀ । ଘଟଣାଟି ଘଟିଛି ମହାରାଷ୍ଟ୍ରର ଧୁଲେ ଜିଲ୍ଲାରେ । ସୂଚନାନୁସାରେ, ରବିବାର ଦିନ କିଛି ଲୋକ ରାଏନଗଡା ଗ୍ରାମରେ ବସରୁ ଓହ୍ଲାଇ ଏକ ଶିଶୁକନ୍ୟା ସହ ବାର୍ତ୍ତାଳାପ କରୁଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ପିଲାଚୋର ସନ୍ଦେହରେ ତାଙ୍କ ଉପରେ ଆକ୍ରମଣ କରିଥିଲେ, ଫଳରେ ୫ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ପୋଲିସ ୧୫ ଜଣଙ୍କୁ ଅଟକ ରଖିବା ସହିତ ସୋସିଆଲ ମିଡିଆ ଉପରେ ବିଶ୍ୱାସ ନକରିବା ପାଇଁ ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଦୀପକ କେଶରକର ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

Comments are closed.