ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ପକ୍ଷରୁ ‘ମହାପରିନିର୍ବାନ’ ଦିବସ ପାଳନ
ଜଟଣୀ (ସଞ୍ଜୀବ କୁମାର) : ଭାରତ ରତ୍ନ ବାବା ସାହେବ ଭିମରାଓ ଆମ୍ବେଦକରଙ୍କର 66 ତମ ଶ୍ରାଦ୍ଧବାର୍ଷିକ ଅବସରରେ “ମହାପରିନିର୍ବାଣ” ଦିବସ ଖୋର୍ଦ୍ଧା ରୋଡ଼ ମଣ୍ଡଳରେ ପାଳିତ ହୋଇଯାଇଅଛି । ଶ୍ରୀ ରିଙ୍କେଶ ରୟ, ମଣ୍ଡଳ ରେଳ ପ୍ରବନ୍ଧକ, ଶ୍ରୀ କଲ୍ୟାଣ ପଟ୍ଟନାୟକ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଅପରେସନ), ଶ୍ରୀ ଅଶୋକ କୁମାର, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନପ୍ର°।), ସମସ୍ତ ବିଭାଗୀୟ ଅଧିକାରୀ ଏବଂ ରେଳ କର୍ମଚାରୀ ମାନେ ବାବା ସାହେବ ଆମ୍ବେଦକରଙ୍କର ପଟ୍ଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଶ୍ରୀଯୁକ୍ତ ରଞ୍ଜନ କୁମାର ମହାନ୍ତି, ବରିଷ୍ଠ କାର୍ମିକ ଅଧିକାରୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
Comments are closed.