ଦିଲ୍ଲୀ କଂଗ୍ରେସକୁ ଚଳାଉଛନ୍ତି କେଜ୍ରିୱାଲ

କଂଗ୍ରେସରୁ ଇସ୍ତଫା ଦେବା ପରେ ବି ଦଳର ସ୍ଥିତିକୁ ନେଇ ଚିନ୍ତିତ ଅଛନ୍ତି ଦିଲ୍ଲୀର ଦୁଇ ପୂର୍ବ ବିଧାୟକ ନସିବ ସିଂହ ଏବଂ ନୀରଜ ବସୋୟା। ଦଳ କାହିଁକି ଏଠାରେ ଦୁର୍ବଳ ପରିସ୍ଥିତିରେ ଅଛି ଏବଂ ଦଳ ଭିତରେ କଣ ଚାଲିଛି ତାକୁ ନେଇ କ୍ଷୋଭବ୍ୟକ୍ତ କରିଛନ୍ତି। ଆପ୍ ପାଇଁ ଦିଲ୍ଲୀ କଂଗ୍ରେସ ପରିସ୍ଥିତି ଏପରି ହୋଇଛି, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲରୁ କଂଗ୍ରେସକୁ ଚଳାଉଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଦଳ ଛାଡିଥିଲେ ବି କଂଗ୍ରେସକୁ କଡ଼ା ସମାଲୋଚନା କରୁଥିବା ଆପ୍ ସହ କାହିଁକି ମେଣ୍ଟ କରାଗଲା ବୋଲି ସେମାନେ ପଚାରିଛନ୍ତି। ଇସ୍ତଫା ଦେବା ବେଳେ ମଧ୍ୟ ଏହି କାରଣ ଦର୍ଶାଇଥିଲେ କଂଗ୍ରେସର ଦୁଇ ନେତା। ଆପ୍ ସହ କଂଗ୍ରେସର ଗଠବନ୍ଧନ କାରଣରୁ ସେମାନେ ଇସ୍ତଫା ଦେଇଥିବା କହିଥିଲେ। ବର୍ତ୍ତମାନ ପୁଣି ଏହି ପ୍ରସଙ୍ଗ ଉଠାଇ କେଜ୍ରିୱାଲ ଜେଲରୁ କଂଗ୍ରେସକୁ ଚଲାଉଛନ୍ତି ବୋଲି କହିଛନ୍ତି।

ନସିବ ସିଂହ କହିଛନ୍ତି, “ଆଜି କଂଗ୍ରେସର ଯେଉଁ ଅବସ୍ଥା ହୋଇଛି ତାହା କେବଳ AAP କାରଣରୁ। ଆପ୍ ହିଁ ଦିଲ୍ଲୀର ଶୀଲା ଦୀକ୍ଷିତ ସରକାର ଏବଂ କେନ୍ଦ୍ରରେ ୟୁପିଏ ସରକାର ବିରୋଧରେ ମିଥ୍ୟା ପ୍ରଚାର କରିଥିଲା। ଆମେ ପ୍ରଥମରୁ ଆପ୍ ସହ ମେଣ୍ଟକୁ ବିରୋଧ କରି ଆସୁଥିଲୁ। କିନ୍ତୁ କଂଗ୍ରେସ ହାଇକମାଣ୍ଡ କିଛି ଶୁଣିଲେ ନାହିଁ। ସୋନିଆ ଗାନ୍ଧି ନେତୃତ୍ୱ ଛାଡିବା ପରଠୁ ଦଳରେ କ’ଣ ଚାଲୁଛି ଆମେ କିଛି ଜାଣିପାରୁନାହୁଁ।”

Comments are closed.