ସଲମାନ ଖାନଙ୍କ ଘର ବାହାରେ ଗୁଳିକାଣ୍ଡ ଘଟଣାରେ ଜେଲରେ ଥିବା ଅଭିଯୁକ୍ତର ଆତ୍ମହତ୍ୟା

ସଲମାନ ଖାନଙ୍କ ଘର ବାହାରେ ଗୁଳିକାଣ୍ଡ ଘଟଣାର Τଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଥିଲା। ଗତକାଲି ଜଣେ ଅଭିଯୁକ୍ତ ଜେଲରେ ଆତ୍ମହତ୍ୟା କରିଥିବା ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା। କିନ୍ତୁ ମୃତକଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ସେ ଆତ୍ମହତ୍ୟା କରିନାହାନ୍ତି ତାଙ୍କୁ ହତ୍ୟା କରାଯାଇଥିବା ପିରବାର ଲୋକେ ଅଭିଯୋଗ କରିଛନ୍ତି।

ଏପରି ଅଭିଯୋଗ ପରେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ଅପରାଧ ତଦନ୍ତକାରୀ ସଂସ୍ଥା(ସିଆଇଡି) କହିଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ, ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଜେଲ୍ ନିକଟରେ ପାଞ୍ଚ ଜଣ ପୁଲିସ ଡ୍ୟୁଟିରେ ଥିଲେ, ସେଠାରେ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି। ସିସିଟିଭି ଫୁଟେଜ ଯାଞ୍ଚ ଏବଂ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତରେ କାରଣ ସ୍ପଷ୍ଟ ହୋଇଯିବ।

Comments are closed.