ସ୍ଵତନ୍ତ୍ର ଅଧିବେଶନ ଡକାଇଲେ କେଜ୍ରିୱାଲ

ନୂଆଦିଲ୍ଲୀ :ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ସିବିଆଇ ରବିବାର ହାଜର ହେବାକୁ ସମନ କରିବା ପରେ ହଇଚଇ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ କରିଥିବା ସମନ ଉପରେ ଆଲୋଚନା କରିବା ପାଇଁ ଦିଲ୍ଲୀ ସରକାର ସୋମବାର ବିଧାନସଭାର ସ୍ୱତନ୍ତ୍ର ଅଧିବେଶ ଡାକିଛନ୍ତି।

ପୂର୍ବରୁ ସିବିଆଇ ଏହି ମାମଲାରେ କେଜ୍ରିୱାଲଙ୍କ ଡେପୁଟି ମନୀଷ ସିସୋଦିଆଙ୍କୁ ଗିରଫ କରିସାରିଛି। ଏବେ କେଜ୍ରିୱାଲଙ୍କୁ ଅବକାରୀ ନୀତି ସମ୍ପର୍କରେ ପଚରାଉଚରା କରିବାକୁ ସମନ କରିଛି। ଆସନ୍ତାକାଲି ଦିନ ୧୧ଟାରେ କେଜ୍ରିୱାଲଙ୍କୁ ହାଜର ହେବାକୁ କୁହାଯାଇଛି। ଏଥିପାଇଁ ଦିଲ୍ଲୀ ପୁଲିସ୍‌ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ଆପ୍‌ର କର୍ମୀମାନେ ବିକ୍ଷୋଭ କରିବାର ଆଶଙ୍କା ଥିବାରୁ ପୁଲିସ୍‌ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Comments are closed.