ଜେଡିଏସ ଦେଲା ପ୍ରତିଶ୍ରୁତି ମାଗଣାରେ ମିଳିବ ଏଲପିଜି ସିଲିଣ୍ଡର

ନୂଆଦିଲ୍ଲୀ :ରାହୁଲ ଗାନ୍ଧୀଙ୍କୁ ବିଚାରାଳୟ ଦୋଷୀ ସାବ୍ୟସ୍ତ କରି ଦୁଇବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିବା ମାତ୍ରେ ତାଙ୍କର ଲୋକସଭା ସଦସ୍ୟତା ରଦ୍ଦ କରାଯିବା ଓ ତାହା ପରେ ପରେ ତାଙ୍କୁ ସରକାରୀ ବଙ୍ଗଳା ଛାଡ଼ିବାକୁ କୁହାଯିବା ଘଟଣାକ୍ରମକୁ ଦେଖିଲେ ହୁଏତ ଅନେକଙ୍କୁ ଦେଖାଯିବ ଯେ ଭାରତୀୟ ଜନତା ପାର୍ଟି ଏଭଳି କରି ବହୁତ ବଡ଼ ଜୁଆ ଖେଳିଛି। କାହିଁକି ନା, ଘଟଣାକ୍ରମ କଂଗ୍ରେସ ଦଳକୁ ରାଗିପାଚି ଲାଲ କରିଦେଇଛି ଓ ଅଧିକାଂଶ ମୋଦି ବିରୋଧୀ ରାଜନେତାଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିଦେଇଛି। ମୋଦି-ଶାହା ଯୋଡ଼ି ଗାଣତାନ୍ତ୍ରିକ ଭିନ୍ନମତକୁ ଅସହନଶୀଳ ଜୋତା ତଳେ ମାଡ଼ିମକଚି ଅବଦମିତ କରିଥିବାର ଅଭିଯୋଗ ଆଣିଛନ୍ତି ଏମାନେ।

ଏହାକୁ ଲକ୍ଷ୍ୟକରି ଭାଜପା ନେତା ରବି ଶଙ୍କର ପ୍ରସାଦ କହିଛନ୍ତି ଯେ, ରାହୁଲ ନିଜର ସାଂସଦ ପଦ ହରାଇବାକୁ ପ୍ରସଙ୍ଗ କରି ନିଜକୁ ‘ଶହୀଦ’ ଭାବେ ଚିତ୍ରଣ କରି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଯୁଦ୍ଧରେ ଅସ୍ତ୍ରରୂପେ ବ୍ୟବହାର କରି କାବେରୀ ନଦୀରେ ସମବେଦନାର ବନ୍ୟା ସୃଷ୍ଟି କରିବାର ପ୍ରୟାସ କରୁଛନ୍ତି ଓ ସେଇଥିପାଇଁ ସେ ଉପର ଅଦାଲତକୁ ତୁରନ୍ତ ଗଲେନାହିଁ। ତଳ ଅଦାଲତଙ୍କ ରାୟ ବିରୁଦ୍ଧରେ ସେ ଉପର ଅଦାଲତରୁ ସ୍ଥଗିତାଦେଶ ଆଣିଥିଲେ, ସାଂସଦ ପଦରେ ହୁଏତ ଏତେବେଳକୁ ସେ ପୁନଃସଂସ୍ଥାପିତ ହୋଇ ସାରନ୍ତେଣି। କିନ୍ତୁ ରାଜନୈତିକ ରୁଟି ସେକିବା ପାଇଁ ସେ ଶହୀଦ ବୋଲାଇବାକୁ ଅଧିକ ଉଚିତ ମଣିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ କ’ଣ ସତରେ ଏତେ ଆତ୍ମବିଶ୍ୱାସୀ ଓ ଅହଙ୍କାରୀ ହୋଇଗଲେ ଯେ, ରାହୁଲଙ୍କ ଶହୀଦ ଅବତାର କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଯୁଦ୍ଧକ୍ଷେତ୍ରରେ ଭାଜପା ପାଇଁ ମୃତ୍ୟୁଘଣ୍ଟି ବଜାଇବ ବୋଲି ଜାଣି ପାରିଲେନି! କାହିଁକି ସେମାନେ ରାହୁଲଙ୍କୁ ଶହୀଦ ସଜାଇଲେ? ପ୍ରଥମ, କର୍ଣ୍ଣାଟକରେ, ଏକ ଓଦା ଉଇକେଟରେ ଭାଜପା ବ୍ୟାଟିଂ କରୁଛି। ଶକ୍ତିଶାଳୀ ଲିଙ୍ଗାୟତ ସମ୍ପ୍ରଦାୟର ମଉଡ଼ମଣି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପାଙ୍କୁ ଅସଜଡ଼ା କମାଣ ସମ୍ଭାଳିବାର ଦାୟିତ୍ୱ ଦେଇ ଭାଜପା ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ୱ ଦେଇଛି ସି ଏମ ବାସବରାଜ ବୋମାଇଙ୍କ ହାତରେ।

Comments are closed.