ଏମ୍‌ଏସ୍‌ ସ୍ବାମୀନାଥନଙ୍କ ବିୟୋଗରେ ଦୁଃଖ ପ୍ରକାଶ କାମ ନବୀନ

ଭୁବନେଶ୍ୱର: ବିଶିଷ୍ଟ କୃଷି ବୈଜ୍ଞାନିକ ଡ. ଏମ୍‌ଏସ୍‌ ସ୍ବାମୀନାଥନଙ୍କ ଗୁରୁବାର ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରି କହିଛନ୍ତି, ବିଶିଷ୍ଟ ବୈଜ୍ଞାନିକ ଡକ୍ଟର ଏମ୍‌ଏସ୍‌ ସ୍ବାମୀନାଥନଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ। ଭାରତରେ ସବୁଜ ବିପ୍ଳବର ପିତା ଭାବରେ ଜଣାଶୁଣା ସ୍ବାମୀନାଥନ ଭାରତର କୃଷି କ୍ଷେତ୍ରରେ ବିପ୍ଳବ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ କୃଷକଙ୍କ ଅବସ୍ଥାକୁ ପରିବର୍ତ୍ତନ କରିଥିଲେ। ସେ ସାରା ଜୀବନ ଟେକ୍ନୋଲୋଜି ମାଧ୍ୟମରେ କୃଷକଙ୍କ ସଶକ୍ତିକରଣ ପାଇଁ କାର୍ଯ୍ୟ କରିଥିଲେ ଏବଂ ଉପଯୁକ୍ତ କୃଷକମାନଙ୍କ ଜନନୀତି ପାଇଁ ଲଢ଼ିଥିଲେ।

ଓଡ଼ିଶା ସହିତ ତାଙ୍କର ସୁସମ୍ପର୍କକୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସେ ଓଡ଼ିଶାରେ ତାଙ୍କର ପ୍ରଥମ ଗବେଷଣା ଆରମ୍ଭ କରିଥିଲେ ଏବଂ ରାଜ୍ୟ କୃଷକମାନଙ୍କୁ ସବୁ ପ୍ରକାରରେ ସାହାଯ୍ୟ କରିବା ପାଇଁ ସର୍ବଦା ଚେଷ୍ଟିତ ଥିଲେ। ଓଡ଼ିଶାର ଆଦିବାସୀ ଅଞ୍ଚଳରେ ଚାଷ କାର୍ଯ୍ୟରେ ଉନ୍ନତି ଆଣିବାରେ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କ ବିୟୋଗରେ କୃଷି ବିଜ୍ଞାନ କ୍ଷେତ୍ରରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହେଲା।

ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ତାଙ୍କର ଗଭୀର ସମବେଦନା ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ ଶୋକବାର୍ତ୍ତାରେ କହିଛନ୍ତି।

Comments are closed.