‘ବେଷ୍ଟ ସ୍ମାର୍ଟ ସିଟି’ ଆୱାର୍ଡ ପାଇଲା ଭୁବନେଶ୍ୱର

ଭୁବନେଶ୍ୱର: ଭୁବନେଶ୍ୱରକୁ ମିଳିଲା ସମ୍ମାନଜନକ ‘ବେଷ୍ଟ ସ୍ମାର୍ଟ ସିଟି’ ଆୱାର୍ଡ । ଇଣ୍ଡିଆ ସ୍ମାର୍ଟ ସିଟିଜ୍‌ କନକ୍ଲେଭ-୨୦୨୩ରେ ଭୁବନେଶ୍ୱରକୁ ପୂର୍ବାଞ୍ଚଳ ବର୍ଗରେ ଏହି ସମ୍ମାନ ଦିଆଯାଇଛି । ମଧ୍ୟପ୍ରଦେଶର ଇନ୍ଦୋର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ମେୟର ସୁଲୋଚନା ଦାସ ଏହି ସମ୍ମାନ ଗ୍ରହଣ କରିଛନ୍ତି । ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ, ସ୍ମାର୍ଟ ସିଟି ଲିମିଟେଡ(ବିଏସ୍‌ସିଏଲ୍‌)ର ଜେନେରାଲ ମ୍ୟାନେଜରସୁବ୍ରତ କୁମାର ବେହେରା ଉପସ୍ଥିତ ଥିଲେ ।

ଏହି ଅବସରରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ଏହି ସ୍ୱୀକୃତି ଆମ ସୃଜନଶୀଳତା ପ୍ରତିପାଦନ କରିବାର ଅଦମ୍ୟ ଚେଷ୍ଟା ଏବଂ ବଦ୍ଧପରିକରତାର ଏକ ପ୍ରମାଣପତ୍ର । ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ର ମ୍ୟାନେଜିଂ ଡାଇରେକ୍ଟର ବଲୱନ୍ତ ସିଂ ବିଏସ୍‌ସିଏଲ୍‌ ଟିମ୍‌ର ଅଦମ୍ୟ ଚେଷ୍ଟା ଏବଂ ତତ୍ପରତାକୁ ପ୍ରସଂଶା କରିବା ସହ ଏହି ପ୍ରକାର ସଫଳତା ପାଇଁ ନିଜର ଖୁସି ବ୍ୟକ୍ତ କରିଛନ୍ତି।

Comments are closed.