ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ ୧୦ ବର୍ଷ କାରାଦଣ୍ଡ ଶୁଣାଇଲେ କୋର୍ଟ

ଭୁବନେଶ୍ୱର : ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷର କାରାଦଣ୍ଡ ଘୋଷଣା କରାଯାଇଛି। ଏହା ସହିତ ୫ ହଜାର ଟଙ୍କା ଜରିମାନା ଦେବାକୁ ଅଦାଲତ ପକ୍ଷରୁ କୁହାଯାଇଛି। ଜୋରିମାନା ଅନାଦେୟ ହେଲେ ଅଧିକ ଗୋଟିଏ ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଜଣା ପଡ଼ିଛି। ଅଭିଯୁକ୍ତର ପରିଚୟ କାହ୍ନୁ ସିଂ(୨୫)। ସେ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଗୋଷାଣିପାଳ ଗାଁର ବାସିନ୍ଦା। ଏହାଛଡ଼ା ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦରେ ୪ଲକ୍ଷ ଟଙ୍କା ଦେବାକୁ ଜିଲା ଆଇନ ସହାୟତା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଖବର ଅନୁସାରେ, ୨୦୧୮ ଅଗଷ୍ଟ ୧୪ରେ ଅଭିଯୁକ୍ତ ଜଣେ ନାବାଳିକାଙ୍କୁ ବଳପୂର୍ବକ ବାରମ୍ବାର ଦୁଷ୍କର୍ମ କରିଥିଲା। ଏନେଇ ସେ ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ଅଭିଯୁକ୍ତ ପୀଡିତାକୁ ଗ୍ରହଣ କରି ଘରକୁ ନେଇଥିଲେ। ତେବେ କିଛି ଦିନ ପରେ ଆସାମୀ ଅନ୍ୟ ଏକ ଝିଅ ସହ ଫେରାର ହୋଇଯାଇଥିଲେ। ଯାହାକୁ ନେଇ ପୀଡିତାଙ୍କ ବାପା ସ୍ଥାନୀୟ ବାଙ୍ଗିରିପୋଷି ଥାନାରେ ଅଭିଯୋଗ କରିଥିଲେ। ଥାନାରେ ଏନେଇ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା।

ପରେ ପୋଲିସ ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହ ତଦନ୍ତ କାହ୍ନୁ ସିଂକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାର ବିଚାର ସମୟରେ ୧୮ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ଓ ପୋଲିସର ରିପୋର୍ଟକୁ ଭିତି କରି ସ୍ୱତନ୍ତ୍ର ପୋକ୍ସ କୋର୍ଟ ବିଚାରପତି ଏହି ଶୁଣାଣୀ କରିଛନ୍ତି। ଏହି ମାମଲାକୁ ସ୍ୱତନ୍ତ୍ର ପିପି ଅଭିନ୍ନ କୁମାର ପଟ୍ଟନାୟକ ସରକାରଙ୍କ ପକ୍ଷରୁ ମାମଲାକୁ ପରିଚାଳନା କରୁଥିଲେ।
ମୟୁରଭଞ୍ଜ ଜିଲ୍ଲରୁ ବିଶ୍ୱଜିତ୍ ମହାନ୍ତି ଙ୍କ ରିପୋର୍ଟ୍।

Comments are closed.