ହାଇକୋର୍ଟର ପୂର୍ବ ଜଷ୍ଟିସ୍ ଭି.ଏ. ମୋହତାଙ୍କ ପରଲୋକ
ଓଡିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଭି.ଏ.ମୋହତାଙ୍କ ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ଘଟିଛି । ମହାରାଷ୍ଟ୍ରର ନାଗପୁର ନିକଟସ୍ଥ ଅକୋଲାଠାରେ ୮୬ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ମୋହତା । ମାତ୍ର ୪୩ ବର୍ଷ ବୟସରେ ଜଷ୍ଟିସର ହୋଇ ସେ ୧୯୯୪ ସେପ୍ଟେମ୍ବର ୨୮ ରୁ ୧୯୯୫ ଏପ୍ରିଲ ୨୫ ପର୍ଯ୍ୟନ୍ତ କାର୍ଯ୍ୟ ନିର୍ବାହ କରିଥିଲେ । ଆଇନ ସଂକ୍ରାନ୍ତରେ ସେ ଉପାଦେୟ ପ୍ରବନ୍ଧ ଲେଖିଥିବା ବେଳେ ଶ୍ରୀଲଙ୍କା, ପାକିସ୍ତାନ, ଭୁଟାନରେ ଅନୁଷ୍ଠିତ ସାର୍କ ସମ୍ମିଳନୀରେ ଭାରତରୁ ପ୍ରତିନିଧିତ୍ୱ କରିଥିଲେ । ତାଙ୍କ ବିୟୋଗରେ ଆଇନଜୀବୀ ମହଲରେ ଶୋକର ଛାୟା ଖେଳି ଯାଇଛି ।
Comments are closed.