ଜଳ ସଙ୍କଟ ଦୂର ପାଇଁ ନଦୀରେ ନିର୍ମାଣ ହେବ ବ୍ୟାରେଜ

ଦିନକୁ ଦିନ ଜନସଂଖ୍ୟା ବଢିବାରେ ଲାଗିଛି, ଯାହାକୁ ଦେଖି ଜଳ ସଙ୍ଗଟ ସୃଷ୍ଟି ହେବ ବୋଲି ବିଶେଷଜ୍ଞମାନେ ଆକଳନ କଲେଣି । ଏହି ସମସ୍ୟାକୁ ଦୂର କରିବା ପାଇଁ ରାଜ୍ୟ ସରକାର ସମନ୍ୱିତ ନଦୀ ପରିଚାଳନା ଯୋଜନା କରିବାକୁ ଆଗଭର ହେଉଛନ୍ତି । ରାଜ୍ୟର ବଡ ବଡ ସହର ଦେଇ ଯାଉଥିବା ନଦୀ ଗୁଡିକର ବିକାଶ ପାଇଁ ଏହା କାର୍ଯ୍ୟକାରୀ ହେବ । ଆସନ୍ତା ୨୫ ଓ ୩୦ ବର୍ଷକୁ ଆଖିରେ ରଖି ଓ ନଦୀ ଜଳ ସ୍ରୋତକୁ ବଜାୟ ରଖିବା ପାଇଁ ଡ୍ୟାମ ନିର୍ମାଣ କରାଯିବ । ଏନେଇ କୁଆଖାଇର ଉତ୍ପତ୍ତି ସ୍ଥଳ କାଠଯୋଡିରୁ ଚିଲିକା ଯାଏଁ ପ୍ରାଥମିକ ସର୍ଭେ ଆରମ୍ଭ ହୋଇଛି ।

Comments are closed.