ଜିଓର ପୁଣି ବଡ ଘୋଷଣା, ଏଣିକି ଏହି ଗ୍ରାହକମାନେ ଦେବେ ନାହିଁ କଲିଙ୍ଗର ଟଙ୍କା

ନୂଆଦିଲ୍ଲୀ: ଦିପାବଳୀ ଅବସରରେ ନିଜ ଗ୍ରାହକମାନଙ୍କଠ।ରୁ ନନ୍ କଲିଙ୍ଗ ଉପରେ ଚାର୍ଜ ନେବା ପାଇଁ ଘୋଷଣା କରିଛି ରିଲାଏନ୍ସ ଜିଓ । କିନ୍ତୁ ଜିଓର ଏହି ଘୋଷଣା କେବେଠାରୁ ଲଲାଗୁ ହେବ ବୋଲି ଲୋକମାନେ ଚିନ୍ତାରେ ଥିଲେ । ତେବେ ରିଲାଏନ୍ସ ଜିଓ ପକ୍ଷରୁ ଏକ ମେସେଜ ଆସିଛି, ଯାହାକି ଲୋକଙ୍କ ଚିନ୍ତାକୁ ଦୂର କରିଦେଇଛି ।

ଜିଓ ଘୋଷଣା କରିଛି କି, ଯେଉଁ ଗ୍ରାହକମାନେ ୯ ଅକ୍ଟୋବର ପୂର୍ବରୁ ନିଜ ନମ୍ବରରେ ରିଚାର୍ଜ କରାଇଥିଲେ, ସେମାନେ ନନ୍ ୟୁଜର୍ସଙ୍କୁ ମାଗଣାରେ କଲ୍ କରିପାରିବେ । କିନ୍ତୁ ଏହି ପ୍ଲନ୍ର ବୈଧତା ଶେଷ ହୋଇଯିବା ପରେ ପୁନଃ ଗ୍ରାହକଙ୍କୁ ନନ୍ ୟୁଜର୍ସଙ୍କ ପାଇଁ ଟଙ୍କା ରିଚାର୍ଜ କରିବାକୁ ପଡିବ । ନିଜର ଟ୍ୱିଟର ଆକାଉଣ୍ଟରରେ ଜିଓ ପକ୍ଷରୁ ଏହାର ସୂଚନା ଦିଆଯାଇଛି ।

Comments are closed.