ଦେଶରେ ସବୁଠାରୁ ଉତତ୍ପ ସହର ହେଉଛି ଝାରସୁଗୁଡ଼ା

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଖୁବ୍ ଅଧିକ ରହିଥିବା ବେଳେ ବର୍ତ୍ତମାନ ସ୍ଥିତିରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରି ରେକର୍ଡ କରାଯାଉଛି। ଗତ ୨୪ ଘଣ୍ଟାରେ ଦେଶରେ ଉତ୍ତପ୍ତ ସହର ଭାବେ ଝାରସୁଗୁଡ଼ା ଓ ବାରିପଦା ରେକର୍ଡ ହୋଇଛି ବୋଲି ପାଣିପାଗ ଵିଜ୍ଞାନୀ ଉମାଶଙ୍କର ଦାଶ ଗଣମାଧ୍ୟମରେ ନିଜର ବୟାନ ଦେଇ କହିଛନ୍ତି।

ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା
ଝାରସୁଗୁଡା: ୪୩.୨ ଡ଼ିଗ୍ରି
ସମ୍ବଲପୁର: ୪୨.୮ ଡ଼ିଗ୍ରି
ଭୁବନେଶ୍ୱର: ୪୧.୮ ଡ଼ିଗ୍ରି
ହୀରାକୁଦ: ୪୧.୬ ଡ଼ିଗ୍ରି
ଚାନ୍ଦବାଲି: ୪୦.୬ ଡ଼ିଗ୍ରି
କେନ୍ଦୁଝର:୪୦.୦ ଡ଼ିଗ୍ରି
ବାଲେଶ୍ୱର: ୩୬.୪ ଡ଼ିଗ୍ରି
ପୁରୀ: ୩୪.୦ ଡ଼ିଗ୍ରି
ଗୋପାଳପୁର:୩୩.୨ ଡ଼ିଗ୍ରି
ପାରାଦୀପ:୩୨.୬ ଡ଼ିଗ୍ରି

କଟକ, ଭୁବନେଶ୍ୱର, ବାରିପଦା ଭଳି ସହରରେ ହିଟ୍‌ ୱେଭ୍ ସ୍ଥିତି ଜାରି ରହିଛି। କଟକ, ଖୋର୍ଦ୍ଧା ସମେତ ଆଭ୍ୟନ୍ତରୀଣ ଓଡ଼ିଧାର ୧୧ ଜିଲ୍ଲାକୁ ଆଜି ପାଇଁ ହିଟ୍‌ ୱେଭ୍ ୱାର୍ଣ୍ଣିଂ ବଳବତ୍ତର ରହିଛି। ଆସନ୍ତାକାଲି ପାଇଁ ୬ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ, ବୌଦ୍ଧ ଓ ସୋନପୁରକୁ ହିଟ୍‌ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି।

ବର୍ତ୍ତମାନ ସ୍ଥିତିରେ ଉପକୂଳ ଅଂଚଳରେ ୪୦ ରୁ ୫୦ ପ୍ରତିଶତ ଆଦ୍ରତା ରହୁଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ୨୦ ରୁ ୩୦ ମଧ୍ୟରେ ରହୁଛି। ଯାହାଫଳରେ ଅଧିକ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଉପକୂଳ ଓଡ଼ିଶାରେ ଦିନ ତାପମାତ୍ରା ସହ ରାତି ତାପମାତ୍ରାରେ ମଧ୍ୟ ପରିବର୍ତ୍ତନ ହେଉନାହିଁ। ରାତି ତାପମାତ୍ରା ସ୍ବଭାବିକଠୁ ଅଧିକ ରେକର୍ଡ ହେଉଛି।

ଏବେ ରହୁଥିବା ଗୁରୁଚାପ ବଳୟ ପ୍ରଭାବ ଆସନ୍ତା ଦୁଇ ଦିନ ପରେ ହ୍ରାସ ପାଇବ। ୨୧ ତାରିଖ ପରେ ତାପମାତ୍ରା କମିବା ସମ୍ଭାବନା ରହିଛି। ୨୨ ଏବଂ ୨୩ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି।

Comments are closed.