ଜଟଣୀ ସାମ୍ବାଦିକଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ
ଜଟଣୀ (ସଞ୍ଜୀବ କୁମାର) : ଜଟଣୀର କାର୍ଯ୍ୟରତ ସମସ୍ତ ସାମ୍ବାଦିକମାନଙ୍କ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ରବିବାର ସ୍ଥାନୀୟ ଖଣ୍ଡୁଆଳମନ୍ଦିର ପ୍ରାଙ୍ଗଣରେ ଆୟୋଜନ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ରବି ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକକୁ ସାମ୍ବାଦିକ ସଂଗ୍ରାମ କେଶରୀ ହୋତା ଓ ଶ୍ରୀକାନ୍ତ ପରିଜା ପୈାରହିତ୍ୟ କରିଥିଲେ । ଏହି ଅବସରରେ ସମସ୍ତ ସାମ୍ବାଦିକମାନେ ଜଟଣୀବାସୀଙ୍କ ଉନ୍ନତିକାମନା କରିବା ସହିତ ନୂତନବର୍ଷ ୨୦୨୨ ସମସ୍ତଙ୍କଲାଗି ମଙ୍ଗଳମୟ ବୋଲି ନିଜନିଜ ବକ୍ତବ୍ୟରେ କହିଥିଲେ । ଜଟଣୀରେ ସାମ୍ବାଦିକମାନଙ୍କପ୍ରତି ହେଉଥିବା ଅବହେଳା ଓ ସମସ୍ୟା ଉପରେ ଗୁରୁତ୍ୱାରୋପ ଦେଇ କହିଥିଲେ ଯେ, ସରକାର ସାମ୍ବାଦିକମାନଙ୍କ ପାଇଁ ସ୍ୱତନ୍ତ୍ର ଏକ ଆଇନ ପ୍ରଣୟନ କରନ୍ତୁ । ଯଦ୍ୱାରା ସାମ୍ବାଦିକମାନେ ନିର୍ଭୟରେ ସେମାନଙ୍କ ମୈାଳିକ କାର୍ଯ୍ୟକୁ ସମ୍ପାଦନା କରନ୍ତୁ । ଫଳରେ ଅଂଚଳରେ ଅସାମାଜିକ ଓ ଅପରାଧୀମାନେ ଘୃଣ୍ୟ କାର୍ଯ୍ୟଛାଡି ସମାଜର ମୂଖ୍ୟସ୍ରୋତରେ ସାମିଲ ହୋଇପାରିବେ । ରାଜ୍ୟ ସରକାର ନିକଟରେ ଘରେ ଘରେ ଖବରକାଗଜ ମାଧ୍ୟମରେ ଖବର ପହଁଚାଉଥିବା ହକରମାନଙ୍କୁ ସେମାନଙ୍କ ନ୍ୟାର୍ଯ୍ୟଦାବିକୁ ପୁରଣ କରିଥିବା ବେଳେ ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥସ୍ଥମ୍ଭ କୁହାଯାଉଥିବା ସାମ୍ବାଦିକମାନଙ୍କପ୍ରତି ସହାୟ ହୁଅନ୍ତୁ ବୋଲି ସାମ୍ବାଦିକମାନେ ମତପୋଷଣ କରିଥିଲେ । ଆଜିର ଏହି ବୈଠକରେ ସାମ୍ବାଦିକ ଇଶ୍ୱର ସାମନ୍ତରାୟ, ବୀରକିଶୋର ବାରିକ, ମହମ୍ମଦ ଇସମାଇଲ ଅଲ୍ଲୀ, ଯଯାତି କେଶରୀ ପ୍ରଧାନ,ରଙ୍ଗନାଥ ବେହେରା, ହୃଦାନନ୍ଦ କୋଦମାସିଂହ,ସଜ୍ଜନ ଅଗ୍ରୱାଲ, ସଂଜୀବ କୁମାର, ଅମରେଶ ରାଉତରାୟ, ରବିନ୍ଦ୍ର କୁମାର ମହାକୁଡ, ଲଳିତ କୁମାର ମହାରଣା, ଦୀପକ ନାଇଡୁ, ହରିହର ସ୍ୱାଇଁ, ହୃଷିକେଶ ପାତ୍ର, କେଦାର ସାହୁ, ପ୍ରଦୀପ ମାର୍ଥା, ସନ୍ତୋଷ ମହାପାତ୍ର, ଶୁଭେନ୍ଦ୍ର ଶତପଥୀ, ବିର୍ଷ୍ଣୁ ସାହୁ, ବାବୁଲି ସାହୁ, ଶ୍ରୀକାନ୍ତ ପ୍ରଧାନ ପ୍ରମୁଖଙ୍କ ସହିତ ସମସ୍ତ ସାମ୍ବାଦିକମାନେ ଉପସ୍ଥିତ ରହିଥିଲେ ।
Comments are closed.