ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟ ଶଙ୍କର

ରବିବାର ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢୁଥିବା ତିକ୍ତତାକୁ ନେଇ ଭାରତ ଗୁରୁତର ଚିନ୍ତା ପ୍ରକଟ କରିଛି ଏବଂ ଉଭୟ ଦେଶକୁ ହିଂସାଠାରୁ ନିବୃତ୍ତ ରହିବାକୁ କହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ରବିବାର ଇରାନର ବୈଦେଶିକ ମନ୍ତ୍ରୀ ଏଚ ଅମିରାବଦୋଲ୍ଲାହିୟନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି।

ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଇସଲାମିକ ରିପବ୍ଲିକ ଅଫ ଇରାନର ବୈଦେଶିକ ମନ୍ତ୍ରୀ ଏଚ. ଅମିରାବଦୋଲ୍ଲାହିୟନଙ୍କ ସନ୍ଧ୍ୟାରେ କଥା ହୋଇଛି। ଏମଏସସି ଏରିଜର ୧୭ ଜଣ ଭାରତୀୟ ଦଳର ସଦସ୍ୟଙ୍କୁ ମୁକ୍ତ କରିବାକୁ ନେଇ ଆଲୋଚନା ହୋଇଥିଲା। ଏବେ ସେଠାକାର ସ୍ଥିତିକୁ ନେଇ ବି ଆଲୋଚନା ହୋଇଛି। ଆଲୋଚନା ସମୟରେ ଏହା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ଯେ ଉଭୟ ଦେଶ ବଢୁଥିବା ଟେନସନରୁ ଦୂରେଇ ରହିବା, ସଂଯମତା ଏବଂ କୂଟନୈତିକ ଅବସ୍ଥାକୁ ଫେରିବା ଉଚିତ।

Comments are closed.