ପୁଣି ଭାଇରାଲ୍ ହେଲା ଶ୍ରୀ ମନ୍ଦିର ଭିତର ବେଢା ଫୋଟ

ଆଜି ପୁଣି ଶ୍ରୀ ମନ୍ଦିର ଭିତରର କିଛି ଫୋଟ ଭାଇରାଲ୍ ହୋଇଥିବା ଦେଖିବାକୁ ମିଳିଛି। ଆନନ୍ଦ ଗିନ୍ କିନ୍ତଲା ନାମକ ଜଣେ ବ୍ୟକ୍ତି ତାଙ୍କ ଫେସବୁକ୍ ରେ ଭିତର ବେଢା ଓ ନାଟ ମଣ୍ଡପର ବାହାର ପଟର କିଛି ଫୋଟ କୁ ପୋଷ୍ଟ କରିଛନ୍ତି। ମନ୍ଦିର ଭିତରକୁ କ୍ୟାମେରା ଫୋନକୁ ବାରଣ ସତ୍ତ୍ୱେ ବାରମ୍ଵାର ଏଭଳି ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏତେ ସୁରକ୍ଷା କର୍ମୀ ଥାଇ ମଧ୍ୟ କିଭଳି ମନ୍ଦିରକୁ ମୋବାଇଲ ଯାଉଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଥିପାଇଁ କଡା ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

Comments are closed.