ପୁଣି ଜାକଲିନଙ୍କୁ ସମନ

ନୂଆଦିଲ୍ଲୀ: ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଡ଼ଜଙ୍କୁ ଦିଲ୍ଲୀ ପୁଲିସ ପୁନର୍ବାର ସମନ ଜାରି କରିଛି । ସମନରେ ଜାକଲିନଙ୍କୁ ସେପ୍ଟେମ୍ବର ୧୪ରେ ହାଜର ହେବାକୁ କୁହାଯାଇଛି । ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ)ର ଏହା ଜାକଲିନଙ୍କୁ ତୃତୀୟ ସମନ ।

ଏହା ପୂର୍ବରୁ ପୁଲିସ ଜାରି କରିଥିବା ଦୁଇଟି ସମନକୁ ଜାକଲିନ ଏଡ଼ାଇ ଯାଇଥିଲେ । ପ୍ରଥମ ସମନ ଅଗଷ୍ଟ ୨୯ ଓ ଦ୍ୱିତୀୟ ସମନ ସେପ୍ଟେମ୍ବର ୧୨ରେ ହାଜର ହେବାକୁ ଜାକଲିନଙ୍କୁ କୁହାଯାଇଥିଲା । ମାତ୍ର ବ୍ୟସ୍ତ ବହୁଳ ଅଭିନୟ କାର୍ଯ୍ୟସୂଚୀ ଯୋଗୁଁ ସେ ହାଜର ହୋଇପାରିନଥିଲେ । ଜାକଲିନ ଓ ତାଙ୍କ ସାଥୀ ସୁକେଶ ଚନ୍ଦ୍ରଶେଖର ପ୍ରାୟ ୨୦୦ କୋଟି ଟଙ୍କା ଚାନ୍ଦା ଆଦାୟ କରିଥିବା ଅଭିଯୋଗ ଉପରେ ଦିଲ୍ଲୀ ପୋଲିସ ତଦନ୍ତ କରୁଛି । ଜାକଲିନଙ୍କ ସାଥୀ ସୁକେଶ ଏବେ ତିହାର ଜେଲରେ ବନ୍ଦୀ ଅଛି । ସୁକେଶ ଦିଲ୍ଲୀରେ ଜଣେ ବ୍ୟବସାୟୀଙ୍କ ପତ୍ନୀଙ୍କ ଠାରୁ ୨୧୫ କୋଟି ଟଙ୍କା ଆଦାୟ କରିଥିଲେ ।

Comments are closed.