IPL 2024: ଜାଣନ୍ତୁ ସବୁଠାରୁ ମାହାଙ୍ଗା ଖେଳାଳି କିଏ

ନୂଆଦିଲ୍ଲୀ: ଦୁବାଇରେ ଆଜି ଆଇପିଏଲ୍ ୨୦୨୪ ପାଇଁ ନିଲାମି ଆରମ୍ଭ ହୋଇଛି। ନିଲାମିରେ ଇତିହାସ ରଚିଛନ୍ତି ଅଷ୍ଟ୍ରେଲିଆର କ୍ରିକେଟ ଟିମର ଅଲରାଉଣ୍ଡର ପ୍ୟାଟ୍ କମିନ୍ସ। ତାଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୨୦କୋଟି ୫୦ଲକ୍ଷ ଟଙ୍କାରେ କିଣିଛି। ଏହି ନିଲାମି ପରେ ଆଇପିଏଲ୍ ଇତିହାସରେ କମିନ୍ସ ସବୁଠାରୁ ମହଙ୍ଗା ଖେଳାଳି ହୋଇପାରିଛନ୍ତି। ପ୍ୟାଟ୍ କମିନ୍ସଙ୍କ ବେସ୍ ପ୍ରାଇସ୍ ୨କୋଟି ଥିବା ବେଳେ ତାଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୨୦କୋଟି ୫୦ଲକ୍ଷରେ କିଣିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ନିଲାମର ପ୍ରଥମ ରାଉଣ୍ଡରେ ୱେଷ୍ଟ ଇଣ୍ଡିଜ୍ ଖେଳାଳି ରୋମାନ୍ ପାୱେଲଙ୍କ ଉପରେ ପ୍ରଥମ ବିଡ୍ କରାଯାଇଥିଲା, ଯାହାଙ୍କୁ ୭.୪୦କୋଟି ଟଙ୍କାରେ ରାଜସ୍ଥାନ ରୟାଲ୍ସ ଦଳରେ ଅନ୍ତର୍ଭୁକ୍ତ କରିଥିଲା। ଏହା ପରେ ଇଂଲଣ୍ଡର କ୍ରିକେଟର ହ୍ୟାରି ବ୍ରୁକଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୪କୋଟି ଟଙ୍କାରେ କିଣିଥିଲା। ସେହିଭଳି ଅଷ୍ଟ୍ରେଲିଆର କ୍ରିକେଟର ଟ୍ରାଭିସ୍ ହେଡ(ବେସ୍ ପ୍ରାଇସ୍ ୨କୋଟି)ଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୬.୮କୋଟି ଟଙ୍କାରେ, ଦକ୍ଷିଣ ଆଫ୍ରିକାର କ୍ରିକେଟର ଜେରାଲଡ୍ କୋଟଜି(ବେସ୍ ପ୍ରାଇସ୍ ୨କୋଟି)ଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୫କୋଟିରେ, ଭାରତୀୟ କ୍ରିକେଟର ଶାର୍ଦୁଲ ଠାକୁର(ବେସ୍ ପ୍ରାଇସ୍ ୨କୋଟି)ଙ୍କୁ ଚେନ୍ନାଇ ସୁପର କିଙ୍ଗସ ୪କୋଟିରେ, ନ୍ୟୁଜିଲାଣ୍ଡ କ୍ରିକେଟର ରାଚିନ୍ ରବିନ୍ଦ୍ର(ବେସ୍ ପ୍ରାଇସ୍ ୫୦ଲକ୍ଷ)ଙ୍କୁ ୧.୮କୋଟି ଟଙ୍କାରେ କିଣିଛି ଚେନ୍ନାଇ ସୁପର କିଙ୍ଗସ।

Comments are closed.