ଆଜି ବି ୪୯ ଜଣ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ସଂସଦର ସୁରକ୍ଷା ଭଙ୍ଗ ଏବଂ ଏହି ମାମଲାରେ ଗୃହ ମନ୍ତ୍ରୀଙ୍କ ବିବୃତି ଦାବିରେ ଉଭୟ ‌ଲୋକସଭା ଏବଂ ରାଜ୍ୟସଭାରେ ବିରୋଧୀ ଦଳଙ୍କ ହଟ୍ଟଗୋଳ ଜାରି ରହିଛି। କିନ୍ତୁ ଏହି ଦାବି ମାନିବାକୁ ସରକାର ନାରାଜ। ଅନ୍ୟପକ୍ଷରେ ହଟ୍ଟଗୋଳ କରୁଥିବା ସାଂସଦଙ୍କୁ ନିଲମ୍ବନ କରାଯାଉଛି।

ମଙ୍ଗଳବାର ଦିନ ଲୋକସଭାରେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ଦଳର ଶକ୍ତି ଆହୁରି ହ୍ରାସ ପାଇଛି। କାରଣ ପୁଣି ୪୯ ସାଂସଦଙ୍କୁ ଅସାମ୍ବିଧାନିକ ଆଚରଣ ଏବଂ ଚେୟାରର ନିର୍ଦ୍ଦେଶକୁ ଅବମାନନା କରିଥିବା କାରଣରୁ ନିଲମ୍ବିତ କରାଯାଇଛି। ଗୋଟିଏ ଦିନ ପୂର୍ବରୁ ସଂସଦର ଉଭୟ ଗୃହରୁ ୭୮ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା। ଆଜି ପୁଣି ୪୯ ଜଣଙ୍କୁ ନିଲମ୍ବନ କରାଯାଇଛି। ଏବେ ସୁଦ୍ଧା ସଂସଦରୁ ସମୁଦାୟ ୧୪୧ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇ ସାରିଲାଣି।

Comments are closed.