ଫାରୁଖ ଅବଦୁଲ୍ଲାଙ୍କ ଘରେ ଧସେଇ ପଶୁଥିବା ଦୁର୍ବୁତ୍ତଙ୍କୁ ହତ୍ୟା କଲେ ସୁରକ୍ଷାକର୍ମୀ

ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁଖ ଅବଦୁଲ୍ଲାଙ୍କ ବାସ ଭବନରେ ଜଣେ ଦୁର୍ବୁତ୍ତ ପଶିଯାଇଥିବାର ସୂଚନା ମିଳିଛି । ପ୍ରଥମେ ଦୁର୍ବୁତ୍ତ ଜଣକ ଗୋଟିଏ କାର ଦ୍ୱାରା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଜୋର ଜବରଦସ୍ତ ପଶିଯାଉଥିଲେ । ସେ ସମୟରେ ସେଠାରେ ଥିବା ସୁରକ୍ଷାକର୍ମୀଙ୍କ ସହ ତାଙ୍କର ବଚସା ମଧ୍ୟ ହୋଇଥିଲା । ପରେ ଦୁର୍ବୁତ୍ତ ଉପରେ ସନ୍ଦେହ ଜାତ ହେବାରୁ ସୁରକ୍ଷାକର୍ମୀ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ଦୁର୍ବୁତ୍ତ ଜଣକ କଣ ପାଇଁ ଏବଂ କେଉଁ ଉଦ୍ଧେଶ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁଖ ଅବଦୁଲ୍ଲାଙ୍କ ବାସ ଭବନରେ ପଶିଥିଲେ ତାହାକୁ ନେଇ ବର୍ତ୍ତମାନ ପୋଲିସକର୍ମୀ ଯାଞ୍ଚ ଆରମ୍ଭ କରିଛି ।

Comments are closed.