ଦିଲ୍ଲୀରୁ ବାରଣାସୀ ଯାଉଥିବା ଇଣ୍ଡିଗୋ ବିମାନକୁ ବୋମା ଧମକ, ଭୟରେ ବାହାରକୁ ବାହାରି ଆସିଲେ ଯାତ୍ରୀ

ବାରାଣାସୀ ଅଭିମୁଖେ ଉଡ଼ାଣ ଭରିଥିବା ଇଣ୍ଡିଗୋ ବିମାନକୁ ଆଜି ଦିଲ୍ଲୀ ବିମାନବନ୍ଦରରେ ବୋମା ଧମକ ମିଳିଛି। ଧମକ ମିଳିବା ପରେ ବିମାନକୁ ଯାଞ୍ଚ କରିବାକୁ ଅଧିକାରୀମାନେ ଲାଗି ପଡ଼ିଛନ୍ତି। ବିମାନଟି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣର କିଛି ମିନିଟ୍ ପୂର୍ବରୁ ରନୱେରେ ଅଟକି ଯାଇଥିଲା। ସେହି ସମୟରେ ଏକ ଫୋନ୍‌ କଲ୍‌ ସଭିଙ୍କୁ ଡରାଇ ଦେଲା।

ଭୋର୍‌ ପ୍ରାୟ ୫.୪୦ ବେଳକୁ ଏକ ଫୋନ୍‌ କଲ୍‌ ଆସିଲା ଯେ ବିମାନ ମଧ୍ୟରେ ବୋମା ଅଛି। ଏହାବ୍ୟତୀତ ବିମାନ ମଧ୍ୟରେ ୩୦ ମିନିଟ୍‌ ମଧ୍ୟରେ ବିସ୍ଫୋରଣ ଘଟିବ ବୋଲି ଲେଖାଥିବା ଏକ କାଗଜକୁ ପାଇଲଟ୍‌ ପାଇଥିଲେ।

 

 

Comments are closed.