ତୁର୍କୀବାସୀଙ୍କୁ ଭାରତୀୟ ଡ଼ାକ୍ତରଙ୍କ ସହାୟତା

ଇସ୍ତାନବୁଲ : ତୁର୍କୀର ହତୟ ପ୍ରଦେଶରେ ଏବେ ସବୁଠି ହାହାକାର ଏବଂ ହତାଶା। ଭୂକମ୍ପ ଯୋଗୁଁ ଏହା ସର୍ବାଧିକ ପ୍ରଭାବିତ। ଏଠି ସବୁ କିଛି ଭାଙ୍ଗି ମାଟିରେ ମିଶିଯାଇଛି। ମହାବିପର୍ଯ୍ୟୟ ପାଇଁ ହତୟରେ ଭୂକମ୍ପ ପୀଡ଼ିତଙ୍କ ବଞ୍ଚିବା ମୁସ୍କିଲ ହୋଇଯାଇଛି। ଏବେ ସେଠାରେ ଭାରତୀୟ ସେନାର ୬୦ ପାରାଫିଲ୍ଡ ୩୦ଟି ବେଡ ବିଶିଷ୍ଟ ଏକ ହସ୍ପିଟାଲ ପ୍ରତିଷ୍ଠା କରିଛନ୍ତି ଏବଂ ଆହତଙ୍କୁ ଅହରହ ମେଡିକାଲ ସହାୟତା ପ୍ରଦାନ କରୁଛନ୍ତି। ମେଡିକାଲ ଟିମ୍‌ରେ ୧୪ ଡାକ୍ତର ଏବଂ ୮୬ ପାରାମେଡିକ୍ସ ରହିଛନ୍ତି। ସେମାନେ ସ୍ଥାନୀୟ ଲୋକଙ୍କ ପାଇଁ ଆଶାର ଆଲୋକ ପାଲଟିଛନ୍ତି।

ତୁର୍କୀରେ ଜଣେ ଭାରତୀୟ ମହିଳା ସେନା ଅଧିକାରୀ ସ୍ଥାନୀୟ ଶିଶୁ, ମହିଳା ଏବଂ ବୟସ୍କଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ ହୋଇପାରିଛନ୍ତି। ଉକ୍ତ ମହିଳା ସେନା ଅଧିକାରୀ ହେଉଛନ୍ତି ମେଜର ଡ ବୀଣା ତିୱାରୀ। ବୀଣା ଡେରାଡୁନ ବାସିନ୍ଦା। ସେ ଦିଲ୍ଲୀର ଆର୍ମି କଲେଜ ଅଫ ମେଡିକାଲ ସାଇନ୍ସର ଜଣେ ଗ୍ରାଜୁଏଟ। ଭାରତୀୟ ଉଦ୍ଧାରକାରୀ ଦଳ ଏବଂ ସ୍ବାସ୍ଥ୍ୟସେବା ଦଳ ଲୋକଙ୍କୁ ଅତ୍ୟନ୍ତ ନିଷ୍ଠାର ସହ ସେବା ଯୋଗାଇ ଲୋକଙ୍କ ମନ ଜିଣିଛନ୍ତି।

Comments are closed.