ଅଷ୍ଟ୍ରେଲିଆ ବିପକ୍ଷ T2O ସିରିଜ କବଜା କରିଛି ଭାରତ

ବିଶ୍ବକପର ବଦଲା ନେଲା ଭାରତ । ଅଷ୍ଟ୍ରେଲିଆ ବିପକ୍ଷ T2O ସିରିଜକୁ ଆଗୁଆ କବଜା କରିଛି ଭାରତ । ରାୟପୁରରେ ଖେଳାଯାଇଥିବା ଚତୁର୍ଥ T20 ମ୍ୟାଚକୁ ୨୦ ରନରେ ଜିତି ନେଇଛି ଟିମ୍ ଇଣ୍ଡିଆ । ଭାରତର ୧୭୫ ରନ ଟାର୍ଗେଟକୁ ପିଛା କରୁଥିବା କଙ୍ଗାରୁ ଟିମ ୭ ୱିକେଟ ହରାଇ ୧୫୪ ରନ କରିଥିଲା ।

ଅକ୍ଷର ପଟେଲ ୩ଟି ଓ୍ବିକେଟ ନେଇଥିବା ବେଳେ ଦୀପକ ଚହରଙ୍କୁ ମିଳିଥିଲା ୨ଟି ଓ୍ବିକେଟ୍ । ରବି ବିଷ୍ଣୋଇ ଓ ଅଭେଶ ଖାନ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ । ପୂର୍ବରୁ ଯଶସ୍ବୀ ଜୟସ୍ୱାଲଙ୍କ ୩୭ ରନ ଓ ରିଙ୍କୁ ସିଂଙ୍କ ଧୂଆଁଧାର ୪୬ ରନ ବଳରେ ୯ ୱିକେଟ ହରାଇ ୧୭୪ ରନ କରିଥିଲା ଭାରତ । ଏହି ବିଜୟ ସହ ୫ ଟିକିଆ T20 ସିରିଜକୁ ୩-୧ରେ ଆଗୁଆ କବଜା କରିଛି ଭାରତ। ଗୌହାଟୀରେ ଭାରତ ହାତରୁ ଅଷ୍ଟ୍ରେଲିଆ ଏକ ନିଶ୍ଚିତ ବିଜୟ ଛଡ଼ାଇ ନେଇଥିଲା। ତେବେ ରାୟପୁର ମ୍ୟାଚ ଜିତି ଆଗୁଆ ସିରିଜ୍ କବଜା କରିଛି ସୂର୍ଯ୍ୟ କୁମାର ଯାଦବଙ୍କ ନେତୃତ୍ବରେ ଖେଳୁଥିବା ଭାରତୀୟ ଟିମ୍ । ୩ ତାରିଖରେ ଶେଷ T20 ମ୍ୟାଚ୍ ଖେଳାଯିବ ।

Comments are closed.