ପୁଣି ବଢିବ ପେଟ୍ରୋଲ ଓ ଡିଜେଲ ଦର

ଗତ କିଛି ଦିନ ହେବ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ଚିନ୍ତିତ ଥିବା ଜନସାଧାରଣଙ୍କ ପାଇଁ ପୁଣି ଦୁଃଖ ଖବର । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧିର ପ୍ରଭାବରେ ପୁଣି ଥରେ ପେଟ୍ରୋଲ ଓ ଡିଜେଲ ଦର ବଢିବ ବୋଲି ଅନୁମାନ କରାଯାଉଛି । ଡଲାରର ମୂଲ୍ୟ ବଦଳିବା ପରେ ଟଙ୍କାର ମୂଲ୍ୟ ଦୂର୍ବଳ ହୋଇଛି । ଜୁନ୍ ୨୧ ପରେ ବ୍ୟାରେଜ ପିଛା ଦର ୬ ଡଲାର ବୃଦ୍ଧି ପାଇ ୭୯.୫ ଡଲାର ହୋଇଥିବା ବେଳେ ଏବେ ଏକ ଡଲାର କିଣିବା ପାଇଁ ୬୯ ଡଲାର ପଡୁଛି । ଏହାକୁ ଆଖିରେ ରଖି ତୈଳ କମ୍ପାନୀ ମଧ୍ୟ ଦର ବୃଦ୍ଧି କରିବାର ଯୋଜନା କରୁଛନ୍ତି ।

Comments are closed.