ଓଡିଶାରେ ସତର୍କ ସୂଚନା ଜାରୀ : ୫ରୁ ହେବ ପ୍ରବଳ ବର୍ଷା

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଏକ ଘୂର୍ଣ୍ଣିବଳୟ, ଯାହାର ପ୍ରଭାବ ଓଡିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପରେ ରହିଛି । ୫ ତାରିଖରୁ ଦକ୍ଷିର ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ଥିବା ବେଳେ ୬ ତାରିଖକୁ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ଯୋଗୁଁ ୫ ତାରିଖରୁ ଓଡିଶାରେ ସତର୍କ ସୂଚନା ଜାରୀ କରିବା ସହିତ ଓଡିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ ।

Comments are closed.