ଖାଦ୍ୟରେ ନିୟମିତ ଭାବେ ସାମିଲ କରନ୍ତୁ ବାଜରା, ମିଳିବ ଅନେକ ଫାଇଦା
ଶୀତଦିନ ଆସିଗଲାଣି। ଏହି ଦିନରେ ଘରେ ଖାଇପିଇ ଘୋଡି ହୋଇ ଶୋଇବାର ମଜା ନିଆରା । ଆଉ ଏଥିପାଇଁ ଶୀତ ଦିନରେ ଲୋକଙ୍କ ଖାଇବା ପିଇବାର ମାତ୍ରା ଟିକେ ବଢ଼ି ଯାଇଥାଏ। ଅଧିକ ଖାଇବା ଏବଂ କାମ କମ୍ ହୋଇଯିବା ଯୋଗୁଁ ଶୀତଦିନେ ଅନେକ ମେଦବହୁଳତାର ଶିକାର ହୋଇଥାନ୍ତି। ଏହି ଦିନରେ ଫ୍ଲୁ ଏବଂ ଭାଇରସରୁ ବର୍ତ୍ତିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଆବଶ୍ୟକ।
ବାଜରାରେ ଅନେକ ପ୍ରକାର ପୋଷକ ତତ୍ତ୍ୱ ରହିଥାଏ, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦାଯୁକ୍ତ ହୋଇଥାଏ। ଖାସ୍ କରି ଶୀତଦିନେ ବାଜରା ଖାଇବା ସ୍ୱାସ୍ଥ୍ୟ ପାଇଁ ଫାଇଦାଯୁକ୍ତ ହୋଇଥାଏ। ତେବେ ଜାଣନ୍ତୁ କ’ଣ…
ଶୀତଦିନେ ବାଜରା ଖାଇବା ଦ୍ୱାରା ଶରୀରର ଉଷ୍ମତା ବଢିଥାଏ । ତେଣୁ ଅଧିକାଂଶ ଲୋକ ଥଣ୍ଡା ଦିନରେ ହିଁ ବାଜରା ରୁଟି କିମ୍ବା ଅନ୍ୟ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି।
ବାଜରାର ଫାଇଦା :
ବାଜରାରେ କ୍ୟାଲସିଅମ ଭରପୂର ମାତ୍ରାରେ ରହିଥାଏ। ତେଣୁ ଆପଣଙ୍କର ଯଦି ଶରୀରରେ କ୍ୟାଲସିଅମର ଅଭାବ ରହିଥାଏ, ତେବେ ଏହାକୁ ଖାଇପାରିବେ। ଶୀତଦିନରେ ହେଉଥିବା ଗଣ୍ଠିଯନ୍ତ୍ରଣା ସମସ୍ୟା ଏବଂ ଅଷ୍ଟିଓପୋରୋସିସି ରୋଗ ପାଇଁ ଫାଇଦାଯୁକ୍ତ ହୋଇଥାଏ।
ଶୀତ ଦିନରେ ଭୋକ ଅଧିକ ମାତ୍ରାରେ ଲାଗିଥାଏ, ତେଣୁ ଲୋକେ ଭିନ୍ନ ଭିନ୍ନ ପ୍ରକାରର ବ୍ୟଞ୍ଜନ ରାନ୍ଧି ଖାଆନ୍ତି। ଫଳରେ ଓଜନ ବୃଦ୍ଧି ହୋଇଥାଏ। କିନ୍ତୁ ଯଦି ଆପଣ ବାଜରାରେ ତିଆରି କରି ଖାଦ୍ୟ ଖାଇବେ ତେବେ ଏହା ଓଜନକୁ କମ୍ କରିବା ସହିତ କଣ୍ଟ୍ରୋଲ ମଧ୍ୟ କରିବ। ବାଜରାରେ ଡାଏଟ୍ରି ଫାଇବର ଭରପୂର ରହିଥାଏ, ଯାହା ପାଚନ ପାଇଁ ଫାଇଦାଯୁକ୍ତ ହୋଇଥାଏ। କୋଲେଷ୍ଟ୍ରୋଲ ସ୍ତରକୁ କମ୍ କରିବା ସହିତ ମୋଟାପଣ ମଧ୍ୟ କମ୍ କରିବାରେ ସହାୟକ ହୁଏ ବାଜରା।
ବାଜରାରେ ଟ୍ରିପ୍ଟାଫେନ୍ ଓମିନୋ ଏସିଡ ରହିଥାଏ ଯାହା ଭୋକକୁ କମ୍ କରେ। ସକାଳ ଜଳଖିଆରେ ଏହାର ସେବନ କରିବା ଦ୍ୱାରା ଆପଣଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ ଆଉ ପେଟ ଫୁଲ୍ ରହିଥାଏ।
ବାଜରା ରୁଟିରେ ଗ୍ଲୁଟେନ ଫ୍ରି ହେବା ସହିତ ଫାଇବର, ମାଗ୍ନେସିୟମ ଭଳି ଭିଟାମିନ ରହିଥାଏ । ଯାହା ଶରୀରକୁ ମୋଟା ହେବାରୁ ରକ୍ଷା କରିଥାଏ । ବାଜରା ଗୁଡ଼ ଫ୍ୟାଟ, ପ୍ରୋଟିନ ଓ ଫାଇବର ରେ ଭରପୁର ଥାଏ । ଏଥିରେ ଥିବା ଉଚ୍ଚ ମାତ୍ରାରେ ଆଇରନ ଏନେମିଆରୁ ରକ୍ଷା କରିଥାଏ । ଏହାର ନିୟମିତ ସେବନ ହାଡ଼ ମଜବୁତ କରିବାରେ ସହାୟକ ହୋଇଥାଏ । ଆପଣ ବାଜରା ଲଡ଼ୁ କିମ୍ବା ବାଜରା ରୁଟି ଖାଇ ପାରିବେ ।
ଏହାକୁ ରୁଟି କିମ୍ବା ଲଡ଼ୁ ପ୍ରସ୍ତୁତ କରି ଖିଆଯାଇଥାଏ। ଏହା ବ୍ୟତୀତ ଏହାକୁ ଖେଚୁଡ଼ିରେ ମଧ୍ୟ ମିଶାଇ ଖିଆଯାଇଥାଏ। ବାଜରାରେ ଭିଟାମିନ୍ B ଥାଏ ଏବଂ ଏହା କେଶ ପାଇଁ ବହୁତ ଭଲ ହୋଇଥାଏ। ଏହା ମାଂସପେଶୀକୁ ମଜବୁତ କରିଥାଏ, ଶରୀରକୁ ଶକ୍ତି ଯୋଗାଇଥାଏ ଏବଂ ଓଜନକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।
Comments are closed.