ମହରମ୍ ଶୋଭାଯାତ୍ରାରେ ଅଘଟଣ

ବୋକାରୋ: ଆଜି ଝାଡ଼ଖଣ୍ଡର ବୋକାରୋରେ ଆୟୋଜିତ ମହରମ୍‌ ଶୋଭାଯାତ୍ରା ସମୟରେ ବିଜୁଳି ଆଘାତ ଯୋଗୁଁ ୪ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବ‌େଳେ ୧୩ଜଣ ଆହତ ହୋଇଥିବା କଥା ପୁଲିସ କହିଛି।

ରାଜ୍ୟ ରାଜଧାନୀ ରାଞ୍ଚିଠାରୁ ପ୍ରାୟ ୮୦ କିଲୋମିଟର୍‌ ଦୂର ପେତାରୱାର୍‌ ଥାନା ଅନ୍ତର୍ଗତ ଖେତ୍‌କୋ ଗ୍ରାମରେ ସକାଳ ୬ଟା ବେଳେ ଉକ୍ତ ଅଘଟଣ ଘଟିଛି। ଶୋଭାଯାତ୍ରାରେ ନିଆଯାଉଥିବା ‘ତାଜିଆ’ଟି ଉପରେ ଟଣାଯାଇଥିବା ୧୧,୦୦୦ ‘ହାଇଭୋଲ୍‌ଟେଜ୍‌’ ବିଜୁଳି ପ୍ରବାହିତ ତାର ସଂସ୍ପର୍ଶରେ ଆସିବାରୁ ବିସ୍ଫୋରଣ ଘଟି ଉପରୋକ୍ତ ଅଘଟଣ ଘଟିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।

Comments are closed.