ମଣିପୁରରେ ବିରୋଧୀ ଟିମର ୨୧ ସାଂସଦ

ନୂଆଦିଲ୍ଲୀ :ମଣିପୁଣ ହିଂସା, ସଂସଦରେ ତାତି, ନିର୍ବାଚନୀ ପ୍ରଚାର ମାହୋଲ ମଧ୍ୟରେ ମଣିପୁର ଗସ୍ତ କରିବେ ବିରୋଧୀ ମିଳିତ ମଞ୍ଚର 21 ସାଂସଦ। ଇଣ୍ଡିଆନ୍ ନ୍ୟାସନାଲ୍ ଇନକ୍ଲୁସିଭ୍ ଆଲାଏନ୍ସ(INDIA)ର ଏହି 21 ସାଂସଦ ଦୁଇ ଦିନିଆ ମଣିପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଜୁଲାଇ 29 ଏବଂ 30 ମଣିପୁର ହିଂସା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତିର ଅନୁଧ୍ୟାନ କରିବେ।

ଏହି ପ୍ରତିନିଧି ଦଳରେ କଂଗ୍ରେସ ସାସଂଦ ଅଧୀର ରଞ୍ଜନ ଚୌଧୁରୀ, ଗୌରବ ଗୋଗୋଇ, ଫୁଲୋ ଦେବୀ ନେତମ, କେ ସୁରେଶ, TMCର ସୁସ୍ମିତା ଦେବ, AAPରୁ ସୁଶୀଲ ଗୁପ୍ତା, ଶିବସେନାରୁ ଅରବିନ୍ଦ ସାୱନ୍ତ, DMKରୁ କନିମୋଜି କରୁଣାନିଧି, JD(U) ନେତା ରାଜୀବ ରଞ୍ଜନ ସିଂହ ଏବଂ ଅନୀଲ ପ୍ରସାଦ ହେଗଡେ, ସାନ୍ଦୋଶ କୁମାର(CPI), ଏନ୍ ରହୀମ(CPIM), ମନୋଜ କୁମାର ଝା(RJD), ଜାଭେଦ ଅଲି ଖାନ(ସମାଜବାଡି ପାର୍ଟୀ), ମହୁଆ ମାଜି (JMM), ପିପି ମହମ୍ମଦ ଫୈଜଲ(NCP), ଇଟି ମହମ୍ମଦ ବଶିର(IUML), ଏନ.କେ ପ୍ରେମଚନ୍ଦ୍ରନ(RSP), ଡି ରବିକୁମାର(VCK), ଥିରୁ ଥୋଲ ଥିରୁମାଭାଲଭାନ(VCK) ଏବଂ ଜୟନ୍ତ ସିଂ(RLD) ରହିଛନ୍ତି। ମଣିପୁର ଗସ୍ତ ରାଜନୈତିକ ପ୍ରସଙ୍ଗ ଉଠାଇବା ପାଇଁ ନୁହେଁ, ବରଂ ଲୋକଙ୍କ ଯନ୍ତ୍ରଣା ବୁଝିବାକୁ ଆମେ ସେଠାକୁ ଯାଉଛୁ ବୋଲି ଆଧୀର ରଞ୍ଜନ ଚୌଧୁରୀ କହିଛନ୍ତି।

Comments are closed.