ଗିରଫ ହେଲେ ଇମ୍ରାନ

ଇସଲାମାବାଦ: ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ମେ ୨ରେ ହୋଇଥିବା ଜିଏଚ୍‌କ୍ୟୁ ଆକ୍ରମଣ ମାମଲାରେ ଗିରଫ କରାଯାଇଛି। ଇମ୍ରାନ୍‌ ପ୍ରଥମରୁ ହିଁ ଆଦିଆଲା ଜେଲ୍‌ରେ ଦଣ୍ଡ ଭୋଗୁଛନ୍ତି।

ରାୱଲପିଣ୍ଡିରେ ଆତଙ୍କବାଦ ବିରୋଧୀ କୋର୍ଟ (ଏଟିସି) ଜିଏଚ୍‌କ୍ୟୁ ଆକ୍ରମଣ ମାମଲା ସହ ମେଟ୍ରୋ ଷ୍ଟେଶନରେ ଅଗ୍ନିକାଣ୍ଡ ଏବଂ ୨୦୨୩ ମେ’ ୯ରେ ହିଂସା ସୃଷ୍ଟି କରିବା ଘଟଣାରେ ଖାନଙ୍କୁ ଡକାଇଥିଲେ।

ସାଇଫର ଏବଂ ଗ୍ରାଫ୍ଟ ମାମଲାରେ ଆଦିଆଲା ଜେଲରେ ଥିବା ଖାନ ଭିଡିଓ ଲିଙ୍କ ମାଧ୍ୟମରେ କୋର୍ଟରେ କୋର୍ଟ ସମ୍ମୁଖରେ ହାଜର ହୋଇଥିଲେ।

Comments are closed.