ପୁଣି ରାଜ୍ୟରେ ବଢିବ ଶୀତ

ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ। ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ରାତିର ତାପମାତ୍ରା। ରାଜ୍ୟରେ ଶୀତର ପ୍ରକୋପ ଆହୁରି ବଢ଼ିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି

ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଗାମୀ ୩ ଦିନ ଯାଏଁ ପାଗରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ବାୟୁ ଚଳାଚଳ ରେ ପରିବର୍ତ୍ତନ ହେତୁ ରାଜ୍ୟର ଅନେକ ସ୍ଥାନରେ ରାତ୍ରି ତାପମାତ୍ରାରେ ୨ ରୁ ୩ ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ଘଟିବାରେ ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ଆଜି ସକାଳେ ରାଜଧାନୀ ଭୁବନେଶ୍ୱର ସମେତ କେତେକ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଥିଲା। ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଘନକୁହୁଡି ଯୋଗୁ ଗାଡି ଚଳାଚଳରେ ବାଧା ଉପୁଜିଛି। ସର୍ବନିମ୍ନ ଦୃଶ୍ୟମାନ ଦୂରତା ଶହେ ମିଟର ରେକର୍ଡ ହୋଇଛି। ଭୁବନେଶ୍ୱର ସମେତ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ମଧ୍ୟ କୁହୁଡି ହୋଇଥିବା ନେଇ ସୂଚନା ମିଳିଛି।

ଘନ କୁହୁଡି ଯୋଗୁ ଠପ୍ ହୋଇପଡିଛି ଚିଲିକାରେ ଯାତାୟତ। ଜହ୍ନିକୁଦା ଏବଂ ସାତପଡାରେ ଅଟକି ରହିଛନ୍ତି ଯାତ୍ରୀ । ଚିଲିକାରେ ପ୍ରବଳ କୁହୁଡି କାରଣରୁଜଳପଥ ଦୃଶ୍ୟମାନ ହେଉନି। ଫଳରେ ସକାଳୁ ସକାଳୁ ବନ୍ଦ ରହିଛି ଡଙ୍ଗା ଏବଂ ଭସାପୋଲ।

Comments are closed.