ଆପଣଙ୍କର ରହିଛି କି ଏହି ଅଭ୍ୟାସ, ହୋଇପାରେ ଘାତକ

ବିଭିନ୍ନ ପ୍ରକାର ମିଠା, କେକ୍‌‌, ଚକୋଲେଟ୍‌‌, ହଲୱା, ଜିଲାପି ଭଳି ମିଠାକୁ ଅଧିକାଂଶ ଖାଇବାକୁ ପସନ୍ଦ କରିଥାଆନ୍ତି। ଏଭଳି ମଧ୍ୟ ଅନେକ ରହିଛନ୍ତି ଯେଉଁମାନେ ମିଠା ଖାଇବାକୁ ବାହାନା ଖୋଜି ଥାଆନ୍ତି। ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସଭିଁଙ୍କୁ ମିଠା ବେଶ ପସନ୍ଦ। ମାତ୍ର ଆବଶ୍ୟକତା ଠାରୁ ଅଧିକ ମିଠା ସେବନ କରିବା ଦ୍ୱାରା ଅନେକ ମାରାତ୍ମକ ରୋଗ ହେବାର ସମ୍ଭାବନା ଥାଏ। ଅଧିକ ମିଠାର ସେବନ ଦ୍ୱାରା ଓଜନ ବୃଦ୍ଧି, ମୁହଁରେ ବ୍ରଣ ସମସ୍ୟା, ମଧୁମେହ, ହୃଦୟ ଜନିତ ସମସ୍ୟା କରିବାର ସମ୍ଭାବନା ଥାଏ। ମାତ୍ର ପ୍ରାକୃତିକ ଭାବେ ମିଠା ଥିବା ଯେପରି ବିଭିନ୍ନ ପ୍ରକାର ଫଳ, ପନିପରିବା, କ୍ଷୀର ଜାତୀୟ ଜିନିଷ ରହିଛି। ଜାଣନ୍ତୁ..
ରିପୋର୍ଟ ଅନୁଯାୟୀ, ଅତ୍ୟଧିକ ମିଠାର ସେବନ, ଓଜନ ବୃଦ୍ଧିର ପ୍ରମୁଖ କାରଣ। ଆବଶ୍ୟକତା ଠାରୁ ଅଧିକ ମିଠା ଯେପରି ରସଗୋଲା, ଆଇସକ୍ରିମ, ମୃଦ୍ୟୁ ପାନୀୟ ଆଦି ଅଧିକ ମାତ୍ରାରେ ଖାଇବା ଦ୍ୱାରା ଓଜନ ଦ୍ରୁତ ଗତିରେ ବୃଦ୍ଧି ହୋଇଥାଏ।
ନିୟମିତ ବ୍ୟାୟାମ କରୁଥିଲେ, କମ୍‌‌ ପରିମାଣରେ ମିଠା ଖାଇପାରିବେ।
ଅତ୍ୟଧିକ ଚିନି ମିଶ୍ରିତ ଚା’ର ବାରମ୍ବାର ସେବନ, କିଛି ସ୍ୱତନ୍ତ୍ର ଖାଦ୍ୟରେ ଅଧିକ ଚିନି ବ୍ୟବହାର ମଧୁମେହର ମୁଖ୍ୟ କାରଣ। ସେହିପରି ମଧୁମେହ ରୋଗୀ ଚିନି ମିଶ୍ରିତ ଚା’ ଆଦୌ ପିଇବା ଉଚିତ୍‌‌ ନୁହେଁ। ଚିନିର ସେବନ ସର୍ବଦା କମ୍‌‌ ମାତ୍ରାରେ କରିବା ପାଇଁ ପରାମର୍ଶ ଦିଆଯାଇଥାଏ।
ଛୋଟ ପିଲାମାନେ ବିଶେଷ କରି ଅଧିକ ଚକୋଲେଟ୍‌‌ ଖାଇଥାଆନ୍ତି। ଏହାର କୁପ୍ରଭାବ ଦାନ୍ତ ଉପରେ ପଡିଥାଏ। ଦାନ୍ତର ମଝି ଅଂଶ କଳା ହେବାକୁ ଆରମ୍ଭ ହୋଇଥାଏ। ଫଳରେ ଯେକୌଣସି ଖାଦ୍ୟ ଖାଇବା ମାତ୍ରେ ଦାନ୍ତରେ ଯନ୍ତ୍ରଣା ହୋଇଥାଏ। ତେଣୁ କମ୍‌‌ ପରିମାଣରେ ଚକୋଲେଟ୍‌‌ ଖାଇବା ସହ ବ୍ରଶ୍‌‌ ମଧ୍ୟ କରନ୍ତୁ।
ଚିନି ମିଠା ହାଲୱାର ସ୍ୱାଦ ବୃଦ୍ଧି କରୁଥିଲେ ମଧ୍ୟ ଏଥିରେ କେବଳ କ୍ୟାଲୋରୀର ମାତ୍ରା ଅଧିକ ଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ଉତ୍ତମ ନୁହେଁ। ମାତ୍ର ଏହାକୁ କମ୍‌‌ ମାତ୍ରାରେ ସେବନ କରିବା ଉଚିତ।
ଯେଉଁମାନେ ଅଧିକ ମାତ୍ରାରେ ଚିନି କିମ୍ବା ମିଠା ଜିନିଷର ସେବନ କରନ୍ତି, ସେମାନଙ୍କର ହୃଦୟ ଜନିତ ସମସ୍ୟା ହେବାର ଅଧିକ ସମ୍ଭାବନା ଥାଏ। ଏକ ଅଧ୍ୟୟନ ଅନୁଯାୟୀ, ଯେଉଁମାନଙ୍କର ମଧୁମେହ କିମ୍ବା ହୃଦୟ ଜନିତ କୌଣସି ସମସ୍ୟା ସେମାନେ ଆଦୌ ଅଧିକ ମିଠାର ସେବନ କରିବା ଉଚିତ ନୁହେଁ। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।

Comments are closed.